ରାଜ୍ୟରେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଭୁବନେଶ୍ୱର ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଓ ମଦରମେରୀ କ୍ୟାଥଲିକ୍ ଚର୍ଚ୍ଚକୁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ଭୁବନେଶ୍ୱର ୟୁନିଟ୍-୪ କ୍ୟାପିଟାଲ ମସଜିଦ୍କୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ମିଶନ ରୋଡସ୍ଥିତ ଓଡ଼ିଆ ବାପିଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଇ-ରସୁଲ ମସଜିଦ୍କୁ ୨ କୋଟି ଲେଖାଏ ଅର୍ଥ ମଞ୍ଜୁର ହୋଇଛି । କେନ୍ଦ୍ରାପଡା ଫକୀରାବାଦ ମରକାଜି ମସଜିଦ୍ , ଭଦ୍ରକ ପୁରୁଣା ବଜାର ଜାମା ମସଜିଦ, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ୍ ମସଜିଦ୍, ସମ୍ବଲପୁର ସେଣ୍ଟ ଯୋସେଫ୍ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ ବ୍ରହ୍ମପୁର ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ , ରାଉରକେଲା ବିସପ୍ ମିଶନାରୀ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ୍କୁ ୧ କୋଟି ଲେଖାଏ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।