ଅପାରଗତା ଓ କର୍ତ୍ତବ୍ୟରେ ଅବହେଳା ଯୋଗୁ କାର୍ଯ୍ଯନୁଷ୍ଠାନ: ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର । ଅପାରଗତା ଓ କର୍ତ୍ତବ୍ୟରେ ଅବହେଳା ଯୋଗୁ ଓଡ଼ିଶା କ୍ରୀଡ଼ା ପରିଷଦର ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏମାନେ ହେଲେ ଭଲିବଲ କୋଚ୍‌ ପ୍ରଭାକର ତ୍ରିପାଠୀ, ବକ୍ସିଂ କୋଚ୍‌ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ୍‌ କୋଚ୍‌ ମନୋଜ କୁମାର ଦାସ ଓ ଭଲିବଲ କୋଚ୍‌ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ ।

ଏହି ୪ କୋଚ୍‌ଙ୍କ ନଗଣ୍ୟ ପାରଦର୍ଶିତା ସହ କ୍ରୀଡ଼ା କ୍ଷେତ୍ରରେ ସେପରି କିଛି ଅବଦାନ ନଥିବା ଜଣାପଡ଼ିଛି । ଏଥିପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୨୦୧୯ ମସିହାରେ ରାଜ୍ୟ ସରକାର ୫୦ ବର୍ଷ ବୟସ୍କ ଓ ତଦୁର୍ଦ୍ଧ୍ୱ ସରକାରୀ ଅଧିକାରୀଙ୍କ ସର୍ଭିସ ରେକର୍ଡର ପୁନଃସମୀକ୍ଷା ସହ ଅପାରଗଙ୍କୁ ଚାକିରୀରୁ ବିଦା ନେଇ ସର୍କୁଲାର ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.