ରାଜ୍ୟ

ସରକାରୀ ଅଫିସରେ ଲାଗିଲା କଟକଣା, ଖର୍ଚ୍ଚ କମାଇବା ପାଇଁ ନୂଆ ଗାଇଡ଼ ଲାଇନ ଜାରି କଲେ ରାଜ୍ୟ ସରକାର

କରୋନା ପାଇଁ କମିଛି ରାଜ୍ୟ ସରକାରଙ୍କ ରାଜସ୍ବ । ଏନେଇ ଆରମ୍ଭ ହୋଇଯାଇଛି ଖର୍ଚ୍ଚକାଟ୍‌ । ଖର୍ଚ୍ଚ କମାଇବା ପାଇଁ ଆର୍ଥିକ କଟକଣା ଲାଗୁ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ନୂଆ ନିଯୁକ୍ତି ମନା କରାଯାଇଛି । ୫ ବର୍ଷରୁ ଅଧିକ ଦିନ ଧରି ଖାଲି ପଡ଼ିଥିବା ପଦବୀ ଉଚ୍ଛେଦ ହେବ । କନ୍‌ସଲଟାଣ୍ଟ ନିଯୁକ୍ତି ଓ ଆଉଟ୍‌ସୋର୍ସିଂ ଉପରେ କଟକଣା ଲାଗିଛି । ଏହା ବାଦ କୌଣସି ବିଭାଗ ନୂଆ ଯୋଜନା କିମ୍ବା ସ୍କିମ୍‌ ଆରମ୍ଭ କରିିପାରିବେ ନାହିଁ । କେବଳ ସ୍ୱାସ୍ଥ୍ୟ ବିଭାଗ ନୂଆ ପ୍ରକଳ୍ପ ହାତକୁ ନେଇ ପାରିବ । ଲୋକଙ୍କ ସେବା ବା ଅତି ଜରୁରୀ ଥିଲେ SFC ଅନୁମତିରେ ନୂଆ ଯୋଜନା ଆରମ୍ଭ ହୋଇ ପାରିବ । ପ୍ରଚଳିତ ସ୍କିମ୍‌ର ଖର୍ଚ୍ଚ ଉପରେ ନିର୍ଦ୍ଧିଷ୍ଟ ସୀମା ନିର୍ଦ୍ଧାରଣ କରାଯିବ । ସ୍ୱାସ୍ଥ୍ୟ ବାଦ କୃଷି କ୍ଷେତ୍ରରେ ଜୀବିକା ପାଇଁ ଥିବା ସ୍କିମ୍‌ରେ ଖର୍ଚ୍ଚ ହୋଇ ପାରିବ ।

ସରକାରୀ ଅଫିସ୍‌ ଓ ବିଲ୍‌ଡିଂ ସହ ଗେଷ୍ଟ ହାଉସ୍‌ର ପୁନରୁଦ୍ଧାର ମନା ହୋଇଛି । ବର୍ଷେ ପାଇଁ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ଓ ପାର୍କ ସୌନ୍ଦର୍ଯ୍ୟକରଣ କାମ ବନ୍ଦ ରହିବ । ସରକାରୀ କାମ, ସେବା ଓ ଦ୍ରବ୍ୟ କିଣିବା ପାଇଁ ନୂଆ ଟେଣ୍ଡର ହେବ ନାହିଁ । ଅତି ଜରୁରୀ ସେବା ହେଲେ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାଇଁ ଅନୁମତି ଦରକାର । ଟେଣ୍ଡର ଯଦି ପୂର୍ବରୁ ହୋଇ ସାରିଥିବ ତେବେ ଏହାର ପୁନଃ ସମୀକ୍ଷା କରାଯିବ । କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରର ଅଂଶ ମିଳିବା ପରେ ହିଁ ରାଜ୍ୟ ସରକାର ବ୍ୟୟ ବରାଦ କରିବେ । ଏହା ସହ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଯାତ୍ରା ଓ ଗାଡ଼ି ଖର୍ଚ୍ଚ କାଟ୍‌ ହୋଇଛି । ୨ ବର୍ଷ ପାଇଁ କୌଣସି ଗାଡ଼ି କିଣିବା ଉପରେ ଲାଗିଛି କଟକଣା । ସମସ୍ତ ଅଧିକାରୀଙ୍କୁ ସରକାରୀ ଗସ୍ତ ମନା ରହିଛି । ସ୍ଥାନକୁ ନଯାଇ ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକକୁ ଗୁରୁତ୍ୱ ଦିଆଯିବ ।

ଟ୍ରେନର ପ୍ରଥମ ଶ୍ରେଣୀରେ ଗସ୍ତ କରିପାରିବେନି ସରକାରୀ କର୍ମଚାରୀ । ନୂଆ ଗାଡ଼ି ଭଡ଼ାରେ ନେଲେ ଅର୍ଥ ବିଭାଗରଠାରୁ ଅନୁମତି ନିଆଯିବ । ସରକାରୀ ଅର୍ଥରେ ବିଦେଶ ଗସ୍ତ ସହ ଦେଶରେ ବିଜ୍‌ନେସ୍‌ କ୍ଲାସରେ ବିମାନ ଯାତ୍ରା ମନା ହୋଇଛି । କେବଳ ସେତିକି ନୁହଁ ଦେଶର ବିଭିନ୍ନ ମେଟ୍ରୋ ସିଟିରେ ସରକାରୀ ଅଧିକାରୀଙ୍କ ହୋଟେଲ ରହଣି ମନା ହୋଇଛି । ଡିଜିଟାଲ ଯୋଗାଯୋଗ ଓ ସ୍ୱାସ୍ଥ୍ୟ ସରଞ୍ଜାମ ବ୍ୟତୀତ ଅନ୍ୟ ଜିନିଷ କିଣିବା ଉପରେ କଟକଣା ଲଗାଇଛନ୍ତି ସରକାର । ଗୃହ, କାର ଆଦି ପାଇଁ ଦୀର୍ଘ ମିଆଦି ଅଗ୍ରୀମ ମନା ହୋଇଛି । ଏହାସହ ୨ ବର୍ଷ ପାଇଁ LTC କୁ ସମ୍ପୂର୍ଣ୍ଣ ନାଁ କରି ଦେଇଛନ୍ତି ସରକାର । ଏନେଇ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ସମସ୍ତ ବିଭାଗକୁ ଚିିଠି ଲେଖି ଜଣାଇଛନ୍ତି ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago