କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ ଧୀରେ ଧୀରେ କାୟା ମେଲାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବଢ଼ାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଗଲା। କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାକି ଥିବା ଲୋକଙ୍କୁ କୋଭିଡ ଟିକାକରଣ ପାଇଁ ନିର୍ଦ୍ଦେଶ ରହିଛି । ଆରଟିପିସିଆର ରିପୋର୍ଟ ପଜିଟିଭ ଓ ସିଟି ଭାଲ୍ୟୁ କମ୍‌ ଥିବା ଲୋକଙ୍କ ଜିନମ ସିକ୍ୟୁଏନ୍‌ସ କରାଯିବ ।
ରାଜ୍ୟ ସରକାର ନୂଆ ବର୍ଷ ଓ ବଡ଼ଦିନ ପାଇଁ ଖୁବ ଶୀଘ୍ର ଗାଇଡଲାଇନ ଆଣି ପାରନ୍ତି । ଓମିକ୍ରନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ହୋଇଛି । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ଯାଏ ସେମାନଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.