ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ ।  ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ୨୦୨୪ ଆରମ୍ଭରୁ ଏ ପର୍ଯ୍ୟନ୍ତ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ।  ଚଳିତବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ୫୦ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।

ଅସ୍ବାଭାବିକ ହାତୀ ମୃତ୍ୟୁ ରୋକିବାକୁ ଗଜସାଥୀ ମୁତୟନ, ରାପିଡ ଆକ୍ସନ୍ ଟିମ୍ ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୨୪ରୁ ଆରମ୍ଭରୁ ଏଯାବତ ଘଟିଥିବା ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣାଗୁଡ଼ିକୁ ବନଖଣ୍ଡୱାରୀ ପ୍ରସ୍ତୁତ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଦୋଷୀ ବ୍ୟକ୍ତିବିଶେଷ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାସ ମଧ୍ୟରେ ମନ୍ତ୍ରୀଙ୍କୁ ଜଣାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

You might also like