ରାଜ୍ୟ

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର। ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର। ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍‌ନିକର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ ହୋଇଛି। ୧୭ହଜାର ୧୨ଜଣ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି’ ବାବଦରେ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ଼ କରାଯାଇଛି।

ମହାମାରୀ କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ଅନୁଷ୍ଠାନ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧା ଉପଯୋଗ କରିନଥିଲେ। ମହାମାରୀ ସମୟରେ ଅନେକ ସାଧାରଣ ଜନତା ନାନା ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରି ଫି ଛାଡ଼ କରିଛନ୍ତି।

KNews Bureau

Recent Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

13 seconds ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

2 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

34 mins ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

42 mins ago

୩ ଥାକିଆ ସୁରକ୍ଷା ବଳୟ ଭିତରେ ବିଧାନସଭା, କେବଳ ପାସ୍ ଧାରୀ ଗୃହ ମଧ୍ୟକୁ କରି ପାରିବେ ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ…

1 hour ago