ରଗ୍‌ବୀକୁ ପ୍ରୋତ୍ସାହନ, ଭାରତୀୟ ରଗ୍‌ବୀ ଟିମ୍‌ର ପ୍ରାୟୋଜକ ରହିବେ ଓଡ଼ିଶା ସରକାର ଓ କିଟ୍‌

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ ରଗ୍‌ବୀ ଟିମ୍‌ର ପ୍ରାୟୋଜକ ରହିବେ ଓଡ଼ିଶା ସରକାର ଓ କିଟ୍‌ । ଆସନ୍ତା ୩ ବର୍ଷ ପାଇଁ ହାଇପରଫର୍ମାନସ ପ୍ରୋଗ୍ରାମରେ ସହାୟତା କରିବେ । ଏହି ପ୍ରାୟୋଜକ ଅଧିନରେ ଜାତୀୟ ଜୁନିୟର ମହିଳା ଟିମ ଭୁବନେଶ୍ୱର କିଟ୍‌ କ୍ୟାମ୍ପସରେ ଗତ ୧୪ ତାରିଖରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖୋଳାଳିଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ଉଜବେକିସ୍ଥାନର ତାସକେଣ୍ଟରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ୧୮ ବର୍ଷରୁ କମ ଏସିଆ ରଗବୀ ଚାମ୍ପିଅନସିପ ଅନୁଷ୍ଠିତ ହେବ ।

ଭାରତୀୟ ରଗବୀ ଟିମରେ ଏକାଧିକ ଓଡ଼ିଆ ଖେଳାଳି ଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ସହ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ରଗବୀ ଇଣ୍ଡିଆ କ୍ୟାମ୍ପରେ ଯେଉଁ ଖେଳାଳି ଭାଗ ନେବେ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ । ଏନେଇ ରବଗୀ ଇଣ୍ଡିଆର ସଦସ୍ୟ ରାହୁଳ ବୋଷ ସୂଚନା ଦେଇଛନ୍ତି । ସେହିପରି ରଗବୀ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ବୀମାରେ ସାମିଲ କରିବାକୁ ରଗବୀ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହ ୨୦୨୪-୨୮ ଅଲମ୍ପିକ୍ସରେ ରଗବୀ ଇଣ୍ଡିଆ ଭାଗ ନେବାକୁ ଟାର୍ଗେଟ ରହିଛି । ଏହାକୁ ଦେଖି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇଛି । ସେହିପରି ଖେଳାଳିଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ପ୍ରୟାସ କରିଛି ରଗବୀ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.