ନିପନ ଷ୍ଟିଲ ଆର୍ସେଲର ମିତ୍ତଲ ପ୍ରକଳ୍ପ ପାଇଁ ଆଗେଇଲେ ରାଜ୍ୟ ସରକାର, ପର୍ଯ୍ୟାବରଣ ଅନୁମତି ପାଇଁ କେନ୍ଦ୍ରକୁ ପଠେଇଲେ ଦସ୍ତାବିଜ
ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର। ଜମି ଅଧିଗ୍ରହଣ ନୋଟିସ ପରେ ପର୍ଯ୍ୟାବରଣ ଅନୁମତି ପାଇଁ କେନ୍ଦ୍ରକୁ ପଠେଇଲେ ଦସ୍ତାବିଜ। ଏ ସମ୍ପର୍କରେ ସମସ୍ତ ଦସ୍ତାବିଜ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ପରିବେଶ ଅନୁମତି ମିଳିଲେ ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ ।
କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡାରେ ହେବାକୁ ଥିବା ନିପନ ଷ୍ଟିଲ ଆର୍ସେଲର ମିତ୍ତଲ ପ୍ରକଳ୍ପ ପ୍ରସଙ୍ଗ। ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର। ଜମି ଅଧିଗ୍ରହଣ ନୋଟିସ ପରେ ପର୍ଯ୍ୟାବରଣ ଅନୁମତି ପାଇଁ କେନ୍ଦ୍ରକୁ ପଠେଇଲେ ଦସ୍ତାବିଜ। ଏ ସମ୍ପର୍କରେ ସମସ୍ତ ଦସ୍ତାବିଜ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ପରିବେଶ ଅନୁମତି ମିଳିଲେ ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ ।
ଏହା ଭିତରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଜମି ଅଧିଗ୍ରହଣ ନେଇ ଲୋକଙ୍କ ଆପତ୍ତି ଅଭିଯୋଗ ଉପରେ ଶୁଣାଣି ଆରମ୍ଭ ହେବ। ନିକଟରେ ଜାପାନ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ନିପନ ଷ୍ଟିଲ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା କେନ୍ଦ୍ରାପଡାରେ ହେବ। ଏଥିରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ।