କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି, ଦରମାରେ ୫୦ ପ୍ରତିଶତ କଲେ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି। କନିଷ୍ଠ ଶିକ୍ଷକଙ୍କୁ ଦରମାରେ ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟସରକାର। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥି। ଏହା ଦ୍ୱାରା ୩୩ହଜାର ୩୮ଜଣ ଶିକ୍ଷକ ଉପକୃତ ହେବେ ।

୨୦୨୨ ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ। ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ବର୍ତ୍ତମାନ ଦରମା ୭ହଜାର ଶହ ଟଙ୍କା ଥିବା ବେଳେ ଏହାକୁୁ ୧୧ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କନିଷ୍ଠ ଶିକ୍ଷକଙ୍କ ଦରମା ୯ହଜାର ୨ଶହ ଟଙ୍କା ଥିବା ବେଳେ ଏହାକୁ ୧୩ହଜାର ୮ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ।