ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କୁ ଉପହାର, ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍):  ଶ୍ରମିକ ଦିବସ ପୂର୍ବରୁ  ଶ୍ରମିକମାନଙ୍କୁ ଉପହାର ଦେଲେ ରାଜ୍ୟସରକାର। ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା  ୧୧ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି। ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର ୮୯ଟି  କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଏଣିକି ଶ୍ରମିକମାନେ ୧୧ ଟଙ୍କା ଲେଖାଏଁ ଅଧିକ ମହଙ୍ଗା ଭତ୍ତା ପାଇବେ। ରାଜ୍ୟ ସରକାର ଭାରିଏବୁଲ ଡିଅରନେସ୍‌ ଆଲାଉନ୍ସ (ଭିଡିଏ) ବୃଦ୍ଧି କରିଛନ୍ତି। କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକଙ୍କ ପାଇଁ ଏପ୍ରିଲ ପହିଲାରୁ ଏହା ପିଛଲା ଭାବେ ଲାଗୁ ହେବ।

ବିଜ୍ଞପ୍ତି ଅନୁସାରେ କୁଶଳୀ ଶ୍ରମିକମାନେ ପୂର୍ବରୁ ଦୈନିକ ୩୧୫ ଟଙ୍କା ପାଉଥିଲା ବେଳେ ୧୧ ଟଙ୍କା ଭତ୍ତା ବଢ଼ିବା ପରେ ୩୨୬ ଟଙ୍କା ପାଇବେ। ଅଣକୁଶଳୀ ଶ୍ରମିକମାନେ ଆଗରୁ ୩୫୫ଟଙ୍କା ପାଉଥିଲେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ସେମାନଙ୍କୁ ୩୬୬ ଟଙ୍କା ମିଳିବ। ଦକ୍ଷ ଶ୍ରମିକ ମାନେ ୪୦୫ ଟଙ୍କାରୁ ୪୧୬ ଟଙ୍କା ପାଇବେ। ସେହିପରି ସୁଦକ୍ଷ ଶ୍ରମିକମାନଙ୍କ କ୍ଷେତ୍ରରେ ଏହା ୪୬୫ରୁ ୪୭୬ଟଙ୍କା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.