ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ  ଅନଲକ୍‌-୫ ଗାଇଡଲାଇନ୍, ଜାଣନ୍ତୁ କଣ କଣ ଖୋଲିବାକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାର ଜାରି କଲେ  ଅକ୍ଟୋବର ମାସ ପାଇଁ  ଅନଲକ୍‌-୫ ଗାଇଡଲାଇନ୍‌। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡଉନ। ସ୍କୁଲ,କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି ଓ କୋଚିଂ ସେଣ୍ଟର,ଧର୍ମାନୁଷ୍ଠାନ  ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ। କିନ୍ତୁ ଅନଲାଇନ କ୍ଲାସ ପୂର୍ବପରି ଚାଲୁରହିବ। ସେହିପରି  ସୁଇମିଂପୁଲ, ସିନେମା  ହଲ, ଥଏଟର ଓ ଅଡିଟୋରିୟମ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ। କେବଳ କ୍ରୀଡାବିତମାନଙ୍କ ପାଇଁ ଅକ୍ଟୋବର ୧୫ରୁ ସ୍ୱୀକୃତିପ୍ରାପ୍ତ ସୁଇମିଂ ପୁଲ ଖୋଲା ରହିବ।

ସେହିଭଳି ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ବନ୍ଦ ରହିବ। କିନ୍ତୁ  ଏହାରି ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ସରକାର । କୋଭିଡ୍‌ କଟକଣା ସହ ରାଜନୈତିକ ମିଟିଂକୁ ମିଳିଛି ଅନୁମତି । ସଂପୃକ୍ତ ନିର୍ବାଚନମଣ୍ଡଳୀରେ ହେଉଥିବା ମିଟିଂରେ ସର୍ବାଧିକ ଶହେ ଲୋକ ସାମିଲ ହୋଇପାରିବେ । ଆବଦ୍ଧ ହଲରେ ମିଟିଂ, ସମାବେଶ ପାଇଁ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ସିଟିଂ ପାଇଁ ଅନୁମତି ମିଳିବ । କୌଣସି କ୍ଷେତ୍ରରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ । ସେହିପରି ଖୋଲା ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଶହେ ଜଣ ବୈଠକରେ ଉପସ୍ଥିତ ରହିପାରିବେ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବେ । ରାଜନୈତିକ ସମାବେଶରେ କୋଭିଡ୍‌ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିବେ ଜିଲ୍ଲାପାଳ ।

Leave A Reply

Your email address will not be published.