ରାଜ୍ୟର ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ, ୧୦ ସୁଦ୍ଧା ପ୍ରକାଶ ପାଇବ ତାଲିକା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମ୍ୟୁନିସିପାଲ୍‌ କର୍ପୋରେସନରେ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ତିନୋଟି ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧୦ ତାରିଖ ସୁଦ୍ଧା ଏନେଇ ଚିଠା ତାଲିକା ପ୍ରକାଶ ପାଇବ । ୧୯ ଡିସେମ୍ବର ସୁଦ୍ଧା ଏସମ୍ପର୍କରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ।

ଆସନ୍ତାବର୍ଷ ଜାନୁଆରୀ ୨୦ ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି । ଏଥିପାଇଁ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଅଦାଲତରେ ମାମଲା ଥିବା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୧୧୪ଟି ପୌରାଂଚଳ ମଧ୍ୟରେ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନଏସି ରହିଛି। କିନ୍ତୁ କିଛି ପୌରାଂଚଳରେ ଅଦାଲତ ମାମଲା ଏବଂ ଆଉ କିଛି ପୌରାଂଚଳରେ କାର୍ଯ୍ୟକାଳ ଶେଷ ହୋଇନଥିବାରୁ ୧୦୫ଟି ପୌରାଂଚଳରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । …

Leave A Reply

Your email address will not be published.