ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷର ହେଲା ୮ ଏମଓୟୁ, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସଂପର୍କର ନୂଆ ଅଧ୍ୟାୟ । ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ଠାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଷଣମୁଗରତ୍ନମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।  MOU ଦ୍ବାରା ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସଂପର୍କ ଆହୁରି ବଢିବ।  ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆସନ୍ତାକାଲି କୋଣାର୍କ ମନ୍ଦିର ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି।   ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି କ୍ଷେତ୍ରରେ ଏମଓୟୁ ସ୍ବାକ୍ଷରିତ ।  ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ଠାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଷଣମୁଗରତ୍ନମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ସେମିକଣ୍ଡକଟ୍ ର କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ITEES ମଧ୍ୟରେ MOU ହୋଇଛି ।  ସ୍କିଲିଂ ଫର ଫ୍ୟୁଚର ନେଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ITEES ମଧ୍ୟରେ MOU ହୋଇଛି ।  ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଓଡ଼ିଶା ଶିଳ୍ପ ବିଭାଗ ଓ ସିଙ୍ଗାପୁରରର ସେମ୍ବକୋର୍ପ ମଧ୍ୟରେ MOU ହୋଇଛି ।

ଗ୍ରୀନ୍ ହାଇଡ୍ରୋଜେନ କରିଡର ପାଇଁ ଶିଳ୍ପ ବିଭାଗ ଓ ସିଙ୍ଗାପୁରରର ସୁର୍ବଣା ଜୁରୋଙ୍ଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।  ନ୍ୟୁ ସିଟି ପ୍ଲାନ ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ସୁର୍ବଣା ଜୁରୋଙ୍ଗ ମଧ୍ୟରେ MOU ହୋଇଛି ।  ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିଓନ୍ ପାଇଁ ଶିଳ୍ପ ବିଭାଗ ଓ ସୁର୍ବଣା ଜୁରୋଙ୍ଗ ମଧ୍ୟରେ ବୁଝାମଣାପତ୍ର ହୋଇଛି।

ନ୍ୟୁ ଏନର୍ଜୀ ପାଇଁ ଶକ୍ତି ବିଭାଗ ଓ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ MOU ହୋଇଥିବା ବେଳେ ଫାଇନାନସିଆଲ ଟେକ୍ନୋଲୋଜି ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ହୋଇଛି ।

Also read:କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ହେବ ଏମଓୟୁ : ମୁଖ୍ୟମନ୍ତ୍ରୀ

 

You might also like