ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

supreme courtନୁଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର। ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତ କରିଛନ୍ତି। ଲୋକାୟୁକ୍ତ ଗଠନ ନେଇ ସରକାର କ’ଣ କରିଛନ୍ତି ଓ ଆଗକୁ କେଉଁ ସବୁ କାର୍ୟ୍ୟପନ୍ଥା ଗ୍ରହଣ କରିବେ ସେନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମତ ରଖିବେ। ଗତ ୭ ତାରିଖରେ ସରକାର ଲୋକାୟୁକ୍ତ ଆଇନ କାର୍ୟ୍ୟକାରୀ କରିଛନ୍ତି।

ଏ ସଂକ୍ରାନ୍ତ ନିୟମକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ପରେ ବିଦ୍ଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକାୟୁକ୍ତ ନିଯୁକ୍ତି ନେଇ ଗତ ଏପ୍ରିଲ ୧୯ ତାରିଖରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ନିଯୁକ୍ତି ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟୟାଳୟ। ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ୬ ମାସର ମହଲତ ମାଗିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଦେଶର ୧୭ଟି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାବେଳେ ଓଡ଼ିଶା ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିନଥିଲେ। ଗତ ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୨ ତାରିଖରେ ରାଜ୍ୟ ସରକାର ନିଯୁକ୍ତ ସମ୍ପର୍କିତ ତିନି ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରିଥିଲେ। ୨୦୧୪ ଫେବ୍ରୁଆରୀ ୧୪ ତାରିଖରେ ରାଜ୍ୟ ବିଧାନସଭାରେ ଏକ ବିଲ୍ ପାରିତ ହୋଇଥିଲା। ରାଜ୍ୟରୁ ଦୁର୍ନୀତି ଦୂର କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସରକାର ଘୋଷଣା କରିଥିଲେ

You might also like