ରାଜ୍ୟର ଉପକୂଳ ଅଞ୍ଚଳରେ କମିଲା ଶୀତ, ଆଗକୁ ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ । ରାତ୍ରି ତାପମାତ୍ରାରେ ଅଳ୍ପ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏହାର କାରଣ ହେଉଛି ଏବେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି।
ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ଏଥିସହ ଆସନ୍ତା ୨୭ରୁ ୨୯ ତାରିଖ ତିନି ଦିନ ଧରି ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି କାରଣରୁ ବିଶେଷ କରି ଉପକୂଳ ଅଞ୍ଚଳରେ ତାପମାତ୍ରା କମିଛି । ତେବେ ବର୍ଷା ଯୋଗୁଁ ପରେ ପୁଣି ଶୀତ ବଢ଼ିବ ବୋଲି ଆଶା କରାଯାଉଛି।