ଓଡିଶା କେନେଲ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଡଗ୍ ସୋ’ ପ୍ରତିଯୋଗିତା

ଭୁବନେଶ୍ବର (କେନ୍ୟୁଜ୍) : ଓଡିଶା କେନେଲ କ୍ଲବ ତରଫରୁ ଆୟୋଜିତ ହୋଇଛି ଜାତୀୟସ୍ତରୀୟ ଡଗ୍ ସୋ’ ପ୍ରତିଯୋଗିତା। କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ଜର୍ମାନୀ ଓ ଇଟାଲୀରୁ ଆସିଥିବା ଏକ୍ସପର୍ଟ ଏହି ସୋ’ରେ ଜଜ୍ ହୋଇଛନ୍ତି। ଗୋଟିଏ ରିଙ୍ଗ୍ରେ ଜରମାନ୍ ସଫର କୁକୁର ଦୌଡୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ୮୬ଟି ପ୍ରଜାତିର କୁକୁର ଏହି ସୋ’ରେ ଭାଗ ନେଇଛନ୍ତି। ଦୁଇ ଦିନ ଧରି ଚାଲିବ ଏହି ଡଗ୍ ସୋ’ ପ୍ରତିଯୋଗିତା। ଆସନ୍ତାକାଲି ୩ଟି ସୋ ହେବାର କାର୍ୟ୍ୟକ୍ରମ ରହିଛି। ସାରା ଭାରତରୁ ୨୦୦ରୁ ଅଧିକ ପ୍ରଜାତିର କୁକୁର ଅଂଶଗ୍ରହଣ କରିବେ।.