ଡ୍ରଗ୍ସ କାରବାର ସହ ନିଶାଡ଼ି ହେବେ ସାବାଡ୍, ଗଠନ ହେଲା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ

ଭୁବନେଶ୍ବର(କେନ୍ଯୁଜ୍): ଡ୍ରଗ୍ସ କାରବାର ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଢିଛନ୍ତି। ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏହାର ମଙ୍ଗ ସମ୍ଭାଳିବେ। ବହୁ ବିଭାଗୀୟ କମିଟି ସହ ସମନ୍ଵୟ ରକ୍ଷା କରି ସେ ଡ୍ରଗ୍ସ କାରବାର ସହ ନିଶାଡ଼ିଙ୍କୁ ମଧ୍ୟ ଡ୍ରଗ୍ସ ସେବନରୁ ରୋକିବେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସଂକଳ୍ପ ପାରିତ ହୋଇଛି।

ଟାସ୍କ ଫୋର୍ସ ପରିଚାଳନା ପାଇଁ ବହୁ ବିଭାଗୀୟ ସମନ୍ଵୟ କମିଟି ଗଢାଯିବ। ରାଜ୍ୟର ପ୍ରମୁଖ ସଚିବ ଏହାର ଅଧ୍ୟକ୍ଷତା କରିବେ। ଟାସ୍କ ଫୋର୍ସ ମୁଖିଆ ଅଭୟ ଏହାର ଉପାଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। କମିଟି ଅଧିନରେ ପୋଲିସ ଡିଜିଙ୍କ ସହ ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ରହିବେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଆଇଟି ବିଭାଗ ଏହି କମିଟିର ସଦସ୍ୟ ରହିବେ।