HMPV  ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ, ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ବିଭାଗ

HMPV  ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ ।   ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।  ମୁକାବିଲା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ବୈଠକ ଡାକିଛନ୍ତି । ଲୋସସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।  HMPV କୁ ନେଇ ସତର୍କ  ରହିବାକୁ ପରାମର୍ଶ ଦେଇଛନ୍ତି  ।  HMPV  ଓ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ  ନେଇ ହେଉଛି  ଆଲୋଚନା ।  ଚୀନ ପରେ ଭାରତରେ ବଢ଼ୁଛି  ଆକ୍ରାନ୍ତଙ୍କ ସଂଖ୍ୟା । ଅଯଥା ଭୟଭୀତ ନ ହେବାକୁ ପରାମର୍ଶ  ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍  ଦେଖାଯାଇନାହିଁ ।  ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି  ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି  ।

ଅନ୍ୟପଟେ କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ ଦ୍ବିତୀୟ HMPV ଆକ୍ରାନ୍ତ । ଆଉ ୨ ଆକ୍ରାନ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଚିହ୍ନଟ ହେଲେଣି । ନାଗପୁରର ଏକ ହସପିଟାଲରେ ଦୁଇ ପିଲାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ପରେ ୭ ବର୍ଷ ଏବଂ ୧୩ ବର୍ଷର ପିଲା ରିପୋର୍ଟ ପଜିଟିଭି ଆସିଥିଲା । ଦୁହେଁ କାଶ ଏବଂ ଜ୍ବରରେ ପୀଡିତ ଥିଲେ ।  ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ । ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା । କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା । ମହାରାଷ୍ଟ୍ର ସରକାର HMPV ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

HMPV ଭାଇରସର ଲକ୍ଷଣ?

ହ୍ୟୁମାନ ମେଟାନ୍ୟୁମୋଭାଇରସ ସଂକ୍ରମିତଙ୍କ ଲକ୍ଷଣ ହେଉଛି ଥଣ୍ଡା-କାଶ, ଜ୍ବର ଏବଂ ଗଳା ଖସଖସ୍ ହେବା । ଗୁରୁତର ଲକ୍ଷଣ ମଧ୍ୟରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ବ୍ରୋଙ୍କାଇଟିସ୍ ଏବଂ ନିମୋନିଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ HMPV ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଆଣ୍ଟି-ଭାଇରାଲ ଟ୍ରିଟମେଣ୍ଟ ବାହାରି ନାହିଁ ।