ବହିର୍ବିଭାଗ ରୋଗୀ ସେବା କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ

ଭୁବନେଶ୍ବର(କେନ୍ଯୁଜ୍) : ଓପିଡି ବା ବହିର୍ବିଭାଗ ରୋଗୀ ସେବା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ । ୨୦୧୭ -୨୦୧୮ରେ ବିଭିନ୍ନ ସରକାରୀ ଡାକ୍ତରଖାନା ଓପିଡିରେ ରୋଗୀ ସେବା ୨୪ % ବଢ଼ିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପୁରସ୍କୃତ କରାଯାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଆଶା କର୍ମୀ ଓ ନର୍ସିଂ ସଂଘ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।