ଖରା ପାଇଁ ରାଜ୍ୟ ପରିବହନ ବିଭାଗ ଜାରି କଲା ମାର୍ଗଦର୍ଶିକା, ବସ୍‌ରେ ଅଧିକ ଯାତ୍ରୀ ନେଲେ ଦୃଢ଼ ପଦକ୍ଷେ

ଭୁବନେଶ୍ୱର :  ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି । ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି । ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି । ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ହାତ, ମୁହଁ ଜଳି ପୋଡ଼ି ଯାଉଛି । ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଉପକୂଳ ପ୍ରଚଣ୍ଡ ଗ୍ରୀଷ୍ମରୁ ବର୍ତ୍ତିପାରି ନାହିଁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏହି ମାର୍ଗଦର୍ଶିକା ଜାରି କରିଛନ୍ତି ।

ଏହି ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ ବସରେ ରହିବ ପାନୀୟ ଜଳ ବ୍ୟବସ୍ଥା । ବରଫ ପ୍ୟାକ୍ ସହ ପ୍ରାଥମିକ ଚିକିତ୍ସା କିଟ୍ ମଧ୍ୟ ରହିବ । ଓଆରଏସ ମଧ୍ୟ ବସରେ ରଖାଯିବ ।  ବସ୍‌ଷ୍ଟପ୍‌ରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ଯୋଗାଇ ଦିଆଯିବ ।  ଯଦି କୌଣସି ବସ୍ ଡ୍ରାଇଭର ଅଧିକ ଯାତ୍ରୀ ନେଲେ ତା’ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ । ଯାତ୍ରୀଙ୍କ ପାଇଁ ରାଜପଥରେ କିଓସ୍କୋ ସ୍ଥାପନ କରାଯିବ ।  ଓଭରଲୋଡିଂ, ଛାତରେ ଯାତ୍ରାକଲେ ଜରିମାନା ଆଦାୟ ହେବ । ଖରା ପାଇଁ ଆରଟିଓ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ ।

 

ଆହୁରି ପଢ଼ନ୍ତୁ :   ଆହୁରି ୨୪ ଘଣ୍ଟା କଲବଲ କରିବ ତାତି : ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ, ୪ ରୁ ବର୍ଷା ଆଶଙ୍କା