ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ, କିଛି ସ୍ଥାନରେ ଘନ କୁହୁଡ଼ି କରୁଛି କଲବଲ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆସନ୍ତା ୩୦ ପର୍ଯ୍ୟନ୍ତ ଲାଗିରହିବ ବର୍ଷା । ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସୋମବାରରୁ ଭୁବନେଶ୍ୱରରେ ପ୍ରବଳ ବର୍ଷି ଥିବା ବେଳେ ଆଜି ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଉଷ୍ମ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହୋଇଛି । ହେଲେ କୁହୁଡ଼ି କରୁଛି କଲବଲ ।

ଗତ ୨୪ ଘଣ୍ଟାରେ କୋରାପୁଟ ଓ ବଲଙ୍ଗିରରେ ଘନ କୁହୁଡି ଦେଖାଦେଇଥିଲା। ଏହି ଦୁଇ ସହରରେ ଭିଜିବିଲିଟି ୩୦ ରୁ ୪୦ ମିଟର ରହିଥିବାବେଳେ ବାଲେଶ୍ୱରରେ ୫୦ମିଟର ଏବଂ ଅନୁଗୁଳ ଓ ବାରିପଦାରେ ୧୦୦ ମିଟର ରହିଥିଲା । ସେହିପରି କେନ୍ଦୁଝର ମାଲକାନଗିରି, ଫୁଲବାଣୀରେ ଭିଜିବିଲିଟି ୧୫୦ ମିଟର ରେକର୍ଡ କରାଯାଇଛି । ବର୍ଷା ପାଗ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି। ଏପରି ସ୍ଥିତି ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ପୁଣି ଶୀତ ଫେରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.