ଉତ୍ତରା ପବନ ବହୁଛି, ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତରା ପବନ ବହୁଛି । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ସବୁଠି ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ପାଣିପାଗ ବିଭାଗ ସୂଚନା ଦେଇଛି, ଶୀତ ଲହରି ଜାରି ରହିବ । ତେବେ କୋଲଡ ୱେଭ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ରାଜ୍ୟର ଅଧିକାଂଶ ସହରରେ ଏବେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ।

cold 2

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତୁଷାରପାତ ହେଉଛି । ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ଶୀତରେ ଗରିବଗୁରୁବା ଓ ବାସହୀନଙ୍କ ଦୁଃଖ ବଢ଼ିଯାଇଛି ।