ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କ ଦିନିକିଆ ଟାଙ୍ଗୀ ସମେତ ୨ ବ୍ଲକ ଗସ୍ତ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

ଟାଙ୍ଗୀ(କେନ୍ୟୁଜ୍):  ଆଜି ରାଜ୍ୟ ମହିଳା ଓ ଶିଶୁବିକାଶ ତଥା ମିଶନଶକ୍ତି ର ନିର୍ଦ୍ଦେଶିକା ଶୋଭା ଶର୍ମା ଦିନିକିଆ ଗ୍ରସ୍ତରେ ଖୋର୍ଦ୍ଧା  ଜିଲ୍ଲାର ଟାଙ୍ଗି, ଚିଲିକା ଓ ବାଣପୁର ବ୍ଲକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିଲେ । ତାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଶିଶୁ ଓ ମହିଳା ବିକାଶ ଅଧିକାରୀ, ଜିଲ୍ଲା ମତ୍ସ ଅଧିକାରୀ ଉପସ୍ଥିତ ଥିଲେ । ଚିଲିକା ବ୍ଲକର ବଡ଼କୁଳ 5t ବିଦ୍ୟାଳୟ, ଡୁଙ୍ଗମାଳ ଠାରେ SHGଗୃପ ଦ୍ଵାରା ଉତ୍ପାଦିତ ମତ୍ସ କେନ୍ଦ୍ର, ବାଣପୁର ମୋରମୋରୀ ପଞ୍ଚାୟତ, ଟାଙ୍ଗି ବ୍ଲକ ନିରାକାରପୁର ନିକଟସ୍ଥ ମା ଜୟଦୁର୍ଗା SHG ଗ୍ରୁପ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଛତୁ ପ୍ରସ୍ତୁତି କେନ୍ଦ୍ର ସହ ରାମେଶ୍ୱର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ମଧ୍ୟାହ୍ନରେ  ଟାଙ୍ଗି ବ୍ଲକ ପରିସରରେ ମିଶନ ଶକ୍ତି କ୍ୟାଫେରେ ସଚିବ ,ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଭୋଜନ କରିବା ସହ ଟାଙ୍ଗି ବ୍ଲକ ମିଶନ ଶକ୍ତି କ୍ୟାଫେକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଆଉ ଗୋଟିଏ କ୍ୟାଫେ ମା ଉଗ୍ରତାରା ମନ୍ଦିର ନିକଟରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.