ରାଜ୍ୟ

କିଟ୍‌ ଓ କିସରେ ରାଜ୍ୟର ପ୍ରଥମ ମିୟାୱାକି ବନୀକରଣ ଆରମ୍ଭ: L&T ଇନ୍‌ଫୋଟେକ ଓ ସେ ଟ୍ରି କଲା ସହଯୋଗ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସରେ ରାଜ୍ୟର ପ୍ରଥମ ମିୟାୱାକି ବନୀକରଣ ଆରମ୍ଭ। ଭୁବନେଶ୍ୱରରେ କିଟ୍‌ ଓ କିସ୍‌ରେ ରାଜ୍ୟର ପ୍ରଥମ ମିୟାୱାକି ସହରାଞ୍ଚଳ ବନୀକରଣ ଆରମ୍ଭ ହୋଇଛି। ଏଲ୍‌ ଆଣ୍ଡ ଟି ଇନ୍‌ଫୋଟେକ ଓ ସେ ଟ୍ରି ସହଯୋଗରେ କିଟ୍‌ ଓ କିସ୍‌ରେ ମିୟାୱାକି ବନୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କିସ୍‌ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ସହ ସମନ୍ଵୟ ରଖି ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ। ବନୀକରଣକୁ ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

କିଟ୍‌ ଓ କିସ୍‌ ଏବଂ ମିୟାୱାକିର ଏହି ସହରୀ ବନୀକରଣ ପ୍ରୟାସ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି ଶ୍ରୀ ଅମାତ କହିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, କିସ୍‌ରେ ୩୦ ହଜାର ଜନଜାତି ଛାତ୍ରଛାତ୍ରୀ ବାସ କରୁଥିବା ବେଳେ ଜନଜାତି ସମ୍ପ୍ରଦାୟ ହେଉଛନ୍ତି ପ୍ରକୃତି ଓ ପରିବେଶର ପ୍ରକୃତ ସୁରକ୍ଷାଦାତା। ୟୁଏନ୍‌ଇପିର ଗୁଡ୍‌ ଉଇଲ୍‌ ଆମ୍ବାସାଡ଼ର ତଥା ଜିଆଇଏସ୍‌ଟିର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖଦେବ କହିଲେ, ଏହା ଏକ ଅଭିନବ ପ୍ରୟାସ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନରେ ଏଭଳି ଗୋଷ୍ଠୀ ବନୀକରଣ କାର୍ଯ୍ୟ ଅନ୍ୟ ସହରାଞ୍ଚଳଗୁଡ଼ିକରେ ବନୀକରଣ ନିମନ୍ତେ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପୁନେସ୍ଥିତ ଗୋଖ୍‌ଲେ ଇନଷ୍ଟିଚ୍ୟୁଚ ଅଫ୍‌ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସର କୁଳାଧିପତି ତଥା ନିତି ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ଗ୍ରାମୀ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତକାର ଡ. ରିକି ଜି. କେଜ୍‌, ଏଲ୍‌ ଆଣ୍ଡ ଟି ଇନ୍‌ଫୋଟେକ୍‌ର ସିଏସ୍‌ଆର୍‌ ଏବଂ ସଷ୍ଟେନିବିଲିଟି ମୁଖ୍ୟ ପ୍ରତ୍ୟୁଷ ପଣ୍ଡା, କିସ୍‌ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‌ ତ୍ରିପାଠୀ, କୁଳପତି ପ୍ରଫେସର ଦୀପକ କୁମାର ବେହେରା, ମହାନିର୍ଦ୍ଦେଶକ କାହ୍ନୁଚରଣ ମାହାଲି, ସେ ଟ୍ରି ପ୍ରତିନିଧି ମହିଦର ରେଡୀ ଓ ଶିବମ୍‌ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। ଏଲ୍‌ ଆଣ୍ଡ ଟି ଇନ୍‌ଫୋଟେକ ଓ ସେ ଟ୍ରି ସହଯୋଗରେ କିସ୍‌ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛି। ସେ ଟ୍ରି ମାଧ୍ୟମରେ ଏଲ୍‌ ଆଣ୍ଡ ଟି ଦେଶର ବହୁ ପ୍ରତିଷ୍ଠିତ ଅନୁଷ୍ଠାନକୁ ଆଗ୍ରୋଫରେଷ୍ଟ୍ରି, ସାମାଜିକ ବନୀକରଣ, ଜଳଉତ୍ସର ପୁନରୁଦ୍ଧାର, ସହର ବନୀକରଣ, ବର୍ଯ୍ୟ ପରିଚାଳନା ଆଦି କ୍ଷେତ୍ରରେ ସହଯୋଗ କରିଆସୁଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago