କଟକ : ରାମକୃଷ୍ଣପୁରରେ ରାଜ୍ୟସ୍ତରୀୟ କର୍ମକାଣ୍ଡ ଶିକ୍ଷା ଆଞ୍ଚଳିକ ବ୍ରାହ୍ମଣ ସମ୍ମେଳନ ଉଦ୍‌ଘାଟିତ

ଭୁବନେଶ୍ୱର(କେନ୍ୟୁଜ୍‌) : ସମାଜ ସଂସ୍କାର ପାଇଁ ମୂନୀ ଋଷିମାନଙ୍କ ପ୍ରଦର୍ଶିତ ପଥ ଅନୁସରଣର ଆବଶ୍ୟକତା ଉପଲବ୍ଧି କରି ସାଲେପୁର ରାମକୃଷ୍ଣପୁର ସ୍ଥିତ କ୍ଷୀରେଶ୍ୱର ମହାଦେବଙ୍କ ପୀଠରେ ଏକ ଆଞ୍ଚଳିକ ବ୍ରାହ୍ମଣ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି ।

ପଣ୍ଡିତ ଅଭ୍ୟୁମନ୍ୟୁ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରବଚକ ଭାଷ୍ୟକାର ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ସାମଜ ସଂସ୍କାର ପାଇଁ କର୍ମକାଣ୍ଡ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜ୍ୟୋତିର୍ବିଦ ଦିବାକର ମିଶ୍ର, ଅତିଥି ଭାବେ ପଣ୍ଡିତ ଭୂପତି ମୋହନ ପଣ୍ଡା, ଡ୍ରିମ୍ସର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ, ଦୂରଦର୍ଶନର ପୂର୍ବତନ ବରିଷ୍ଠ ଅଧିକାରୀ ନୀଳାଦ୍ରୀମୋହନ ଶତପଥୀ, ରତିକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ପ୍ରତ୍ୟେକ ମଣିଷର ଆଚରଣ ଶୁଦ୍ଧି ଦ୍ୱାରା ସମାଜରେ ସଂସ୍କାର ଆସିପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ ।

karmakamda.jpg-

ଏହି ଅବସରରେ ପଣ୍ଡିତ ଅଭିମନ୍ୟୁ ଷଡ଼ଙ୍ଗୀଙ୍କ ଲିଖିତ ପୁସ୍ତକ ‘ଚତୁର୍ବେଦୀୟ ମହାରୁଦ୍ରାଭିଷେକ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ପୁରୋହିତ, ସାଇ ସାର୍ଥକ ସଂଗୀତ ଗ୍ରୁପ ଓ ସଂଗୀତ ନିର୍ଦ୍ଦେଶକ ବଭୁପ୍ରସାଦ ସାହୁ ଏବଂ ରଜତ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

୧୦୮ ବ୍ରାହ୍ମଣଙ୍କ ଦ୍ୱାରା ଶ୍ରୀମଦ ଭଗବତ୍ ଗୀତା ପାରାୟଣ ଓ ବିଭିନ୍ନ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା । ଜପକୁଦ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପଣ୍ଡା, ଡ୍ରିମ୍ସ ଲୋକସମ୍ପର୍କ ଅଧିକାରୀ ନିରାକାର ସାହୁ, ଶିକ୍ଷକ ସଂଜୟ କୁମାର ଷଡ଼ଙ୍ଗୀ, ସଂଗୀତ ନିର୍ଦ୍ଦେଶକ ରଜତ କୁମାର ମିଶ୍ର, ବଭୂପ୍ରସାଦ ସାହୁ, ରାଜୀବ ଷଡ଼ଙ୍ଗୀ, ଜିତେନ୍ଦ୍ରନାଥ ଷଡ଼ଙ୍ଗ, ଆଶୁତୋଷ ଷଡ଼ଙ୍ଗୀ, ସୌଭାଗ୍ୟ ଷଡ଼ଙ୍ଗୀ, ଅଭଷେକ, ଅଭୀପ୍ସା ଷଡ଼ଙ୍ଗୀ, ସାଇସଂଗୀତ ଗ୍ରୁପ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.