ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପଦେକ୍ଷେପ ଆରମ୍ଭ, ଆଜି ପତ୍ନୀଙ୍କ ସମେତ ପରିବାର ଲୋକଙ୍କ ହେବ ବୟାନ୍‌ ରେକର୍ଡ

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପଦେକ୍ଷେପ ଆରମ୍ଭ କରିଛି ପୋଲିସ। ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ଆଜି ମୃତକଙ୍କ ପତ୍ନୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ବୟାନ୍‌ ପାରଳାଖେମୁଣ୍ଡି ଥାନାରେ ରେକର୍ଡ କରାଯିବ।

ମୃତ ସୌମ୍ୟରଞ୍ଜନଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ବୟାନ୍‌ ରେକର୍ଡ କରାଯିବ। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଛି ସେମାନଙ୍କ କଲ୍‌ ଡିଟେଲକୁ ଯାଞ୍ଚ କରାଯାଉଛି। ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ଖୋଲାଯିବ ତାଙ୍କ ସରକାରୀ ବାସଭବନ ତାଲା। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଖୋଳତାଡ଼ କରିବ । ସୌମ୍ୟରଂଜନ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ କରୁଛି ପୋଲିସ । ପାରଳାଖେମୁଣ୍ଡି ସରକାରୀ ଘରୁ ଗତ ସୋମବାର ରାତି ୯ଟାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.