ଡିଲ୍‌ ବେଳେ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ମାଡିବସିଲା ଏସଟିଏଫ୍‌, ଜୀବନ୍ତ ବଜ୍ରକାପ୍ତା ଜବତ

କେନ୍ୟୁଜ୍(ବ୍ୟୁରୋ):  ଡିଲ୍‌ ବେଳେ ମାଡିବସିଲା । ଏସଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍‌ ଚାଲିଥିବାବେଳେ ୩ ଜଣଙ୍କୁ ଧରିଲା ଏସଟିଏଫ୍‌ । ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ଗିରଫ ୩ ଜଣ ହେଲେ ଚିତ୍ତରଞ୍ଜନ ସାହୁ, ଖଗେଶ୍ୱର ସାହୁ ଏବଂ ଭାଗିରଥୀ ବେହେରା ।

ବର୍ଷକ ମଧ୍ୟରେ STF ୪ଟି ଜୀବନ୍ତ ବଜ୍ରକାପ୍ତା ସହ ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ ଓ ୧୩ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଏହାସହ ୩୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.