STF ପଞ୍ଝାରେ ବାଘଛାଲ ତସ୍କର: ବିପୁଳ ପରିମାଣର ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଜବତ; ଜଣେ ଗିରଫ

STF ପଞ୍ଝାରେ ବାଘଛାଲ ତସ୍କର। ବାଘଛାଲ ତସ୍କରୀ ବେଳେ ଦେବଗଡ଼ରୁ ଜଣେ ଗିରଫ। ଏସ୍‌ଟିଏଫ୍‌ ଚଢ଼ଉ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ, ହାତୀ ଦାନ୍ତ ଓ ୧ କେଜି ୭୭୦ ଗ୍ରାମ୍‌ର ବଜ୍ରକାପ୍ତା ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଥାନା ବରଘାଟ ଗାଁର ମଦନ ଜୟପୁରିଆ। ତିଳେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥ କଡରେ ଡିଲ୍‌ ଚାଲିଥିବା ବେଳେ STF ଓ ବନ ବିଭାଗ ପକ୍ଷରୁ ଚଢଉ ହୋଇଥିଲା। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି, ସେ ନେଇ ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.