ବାଘ ଛାଲ ଜବତ କଲା STF, ଦୁଇ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଡିଲ୍‌ ବେଳେ ମାଡ଼ିବସିଲା STF। ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ଚୋରା ଚାଲାଣକାରୀ । ଗୋଟିଏ କଲରା ପତରିଆ ବାଘ ଛାଲ ସହ ୨ ଜଣ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଚଟଣି ବସ୍‌ଷ୍ଟପ୍‌ ନିକଟରେ ଡିଲ୍‌ ବେଳେ ମାଡ଼ିବସିଥିଲା STF। ଦୁଇ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁର୍ଜି, ଅଜିତ କୁମାର ଗିରି ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ ବର୍ଷେ ମଧ୍ୟରେ ୧୯ଟି ବାଘ ଛାଲ, ୧୦ଟି ହାତୀ ଦାନ୍ତ ଜବତ କରିଛି STF। ୨ଟି ହରିଣ ଛାଲ, ୫ଟି ବଜ୍ରକାପ୍ତା ଜବତ କରାଯାଇଛି। ତା ସହ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ୩୯ ଜଣଙ୍କୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.