STF ହାତରେ ବାଘଛାଲ ବେପାରୀ ଜୟନ୍ତ ବିବର
ଭୁବନେଶ୍ୱର(କେନ୍ୟୁଜ୍): STF ହାତରେ ବାଘଛାଲ ବେପାରୀ । ଭୁବନେଶ୍ୱର STF ଦ୍ବାରା ବାଘଛାଲ ବେପାରୀ ଜୟନ୍ତ ବିବର ଗିରଫ । STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ ବେଳେ ଗୁଣୁପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଛି ।
ବର୍ଷେ ଭିତରେ ୨୯ ବାଘଛାଲ, ୨୪ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା ଜବତ ହୋଇଛି । ଏହାସହ ୧୪ଟି ଜୀବନ୍ତ ବଜ୍ରକାପ୍ତା ଓ ୪୬ଟି ଶୁଆ ଜବତ କରିଛି STF । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି।