ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମର ଚଢାଉ: ୨ ଅଭିଯୁକ୍ତ ଗିରଫ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ବର(କେନ୍ୟୁଜ): STF କବ୍ଜାରେ ୨ ବନ୍ୟପ୍ରାଣୀ ଅପରାଧୀ । ସେମାନଙ୍କ ନିକଟରୁ ପ୍ରାୟ ୩ ଫୁଟ ଲମ୍ବ ୯ କେଜିର ବଜ୍ରକାପ୍ତା ଉଦ୍ଧାର । ବିକ୍ରି ପାଇଁ ଡିଲ୍ ଚାଲିଥିବା ସମୟରେ ଏସଟିଏଫ ଟିମ୍ ହାତରେ ଧରାପଡିଲେ ଦୁଇ ଯୁବକ । ବଲାଙ୍ଗିର- ଡୁଙ୍ଗୁରିପାଲି ରାସ୍ତା କଡରେ ଚାଲିଥିଲା ମୂଲଚାଲ । ଗିରଫ ଦୁଇ ଜଣ ହେଲେ ଅଶୋକ ବିଶି ଏବଂ ଜୟକୁମାର ପଟେଲ ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଘର ବଲାଙ୍ଗିର ଲୋଇସିଙ୍ଗା ଅଞ୍ଚଳରେ । ଡୁଙ୍ଗୁରିପାଲି ପୋଲିସ, ଏସଟିଏଫ୍ ଟିମ ଏବଂ ବିନିକା ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରିବା ସହ ବଜ୍ରକାପ୍ତାକୁ ବିନିକା ବନ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ୍ ଟିମ ।