୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର : STF ହାତରେ ଜାଲ ନୋଟ ରାକେଟ । ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି । ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌ । ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ।

ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି । ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି । ଏନେଇ STF DIG ପିନାକ ମିଶ୍ର ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।

 

ଆହୁରି ପଢ଼ନ୍ତୁ : ଚୋରି କରି ମାରୁଥିଲେ ଚମ୍ପଟ, ଧରାପଡିବା ପରେ ନିର୍ଦ୍ଧୁମ ଖାଇଲେ ଛେଚା