ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି, ଖୋଳତାଡ କରୁଛି ପୋଲିସ
କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି । ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ବାସଭବନରୁ ଚୋରି ହୋଇଛି । ସେତେବେଳେ ଘରେ ନଥିଲେ ପ୍ରବୋଧ ଓ ତାଙ୍କ ପତ୍ନୀ । ଦୁର୍ବୃତ୍ତ ତାଙ୍କର ମୂଲ୍ୟବାନ ମେଡାଲ୍ ଓ କିଛି ସାମଗ୍ରୀ ଚୋରି କରି ନେଇଛନ୍ତି । ଏନେଇ ପ୍ରବୋଧଙ୍କ ଭାଇ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଖୋଳତାଡ କରୁଛି ପୋଲିସ ।