ଶିରୁଳି ମହାବୀର ମନ୍ଦିରରୁ ଚୋରି, ଗ୍ରୀଲ କାଟି ପ୍ରସ୍ଥାନ ପଟେ ପଶି ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ

ପୁରୀ : ପୁରୀ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁଟେରାମାନେ ପ୍ରସ୍ଥାନ ପଟେ ଲୁହା ଗେଟ କାଟି ମନ୍ଦିରରେ ପ୍ରବେଶ ପରେ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାମାନେ ଦାନବାକ୍ସ ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଚୋରିବେଳେ ଗାଁର ବିଦ୍ୟୁତ କାଟିବା ସହ ସିସିଟିଭି ତାର କାଟିଥିଲେ ଲୁଟେରା । ପ୍ରସ୍ଥାନ ପଟେ ଲୁହା ଗେଟ କାଟି ସେମାନେ ମନ୍ଦିରରେ ପ୍ରବେଶ କରିଥିଲେ ।

ଅନ୍ୟପଟେ କାଲି ମହାପ୍ରଭୁଙ୍କ ସଂଧ୍ୟା ଆଳତି ପରେ ଦୈନ୍ୟଦିନର ନୀତିକାନ୍ତି ସମ୍ପର୍ଣ୍ଣ ପରେ ରାତ୍ର ପହୁଡ଼ ହୋଇଥିଲା । ଗତକାଲି ପାଳିଆ ସେବାୟତ ମନ୍ଦିର ବନ୍ଦ କରି ଯାଇଥିଲେ । ଆଜି ସକାଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ସେବାୟତ । ଘଟଣାସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଜାନୁୟାରୀ ୪ରେ କଟକ ଖାନନଗର ଖପୁରିଆ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି ହୋଇଥିଲା । ହନୁମାନଙ୍କ ସୁନାର ମୁଖା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହାସହ ୫ଟି ରୂପା ମୁକୁଟ, ରୂପାର ଗଦା, ରୂପା ଗରା ଓ କଠଉ ଚୋରି ହୋଇଥିଲା । ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା ମଧୁପାଟଣା ଥାନା ପୋଲିସ ।

 

Also Read:  ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି, ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଲେ ଦୁର୍ବୃତ୍ତ

You might also like