ଏବେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ, ଚୋରି ମୋବାଇଲ୍କୁ ଖୋଜିବାକୁ ଗାଁରେ ବୁଲୁଛି ବେଞ୍ଚ୍‌

ଆନନ୍ଦପୁର (କେନ୍ୟୁଜ): ଦିନକୁ ଦିନ ବଢିଚାଲିଛି ମୋବାଇଲ୍‌ ଚୋରଙ୍କ ପାଦୁର୍ଭାବ। ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ଚୋରି ଡକାୟତି ଯେମିତି ସହର ଠାରୁ ଆରମ୍ଭ କରି ଗାଁ ଗହଳି ପାଇଁ ନିତିଦିନିଆ କଥା ହେଲାଣି। ପ୍ରତିଟି ସମୟରେ ନାମୀଦାମୀ ବାଇକ୍‌ ହେଉ ବା ମୋବାଇଲକୁ ଦୁର୍ବୃତ୍ତ କରୁଛନ୍ତି ଚୋରି। ରାସ୍ତା ଉପରୁ ହେଉ କି ଘର ଭିତରୁ, ବିନା ଭୟରେ କରୁଛନ୍ତି ଚୋରି। କେଉଁଠି ଏହି ଘଟଣାକୁ ନେଇ ପୋଲିସ ହାତରେ ଧରା ପଡୁଛି ତ ଆଉ କେଉଁଠି ଖସି ପଳାଉଛି ଚୋର। ଏ ସବୁକୁ ଦେଖିବା ପରେ ଲାଗୁଛି ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛି ।

କିନ୍ତୁ ମୋବାଇଲ ଚୋରିକୁ ନେଇ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ଯଜନକ ଦୃଶ୍ଯ। ମୋବାଇଲ ଚୋରକୁ ଧରିବାକୁ ବୁଲୁଛି ବେଞ୍ଚ। ଯାହା ଘର ଚାହୁଁଛି ତା ଘରେ ପସି ନିରୀହ ଲୋକଙ୍କୁ ଚୋର ସଜେଇ ଦେଉଛି। ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହୁଳହୁଳି ପକାଉଛନ୍ତି ଚୋରକୁ ଧରିବାକୁ।

ସୂଚନା ଅନୁଯାୟୀ ଜଳସୁଆଁ ଗାଁରେ ନିତ୍ୟାନନ୍ଦ ମାଝୀଙ୍କ ପୁଅ ର ମୋବାଇଲ ଫୋନ ତିନି ଦିନ ତଳେ ଚୋରି ହୋଇଥିଲା। ଅନେକ ଖୋଜାଖୋଜି ପରେ ସ୍ଥିର ହେଲା ଗୁଣିଆ ଡକା ଯିବ। ଗୁଣିଆ ଆସିବା ପରେ ଆଜି ସକାଳୁ ଚାଲିଲା ପ୍ରସ୍ତୁତି। ପୂଜା କରାଯାଇ ବେଞ୍ଚକୁ ଧରି ୪ଜଣ ପିଲା ବୁଲିଲେ ଗାଁ ସାରା। ତେବେ ଦୁଇ ତିନୋଟି ଘର ନିକଟକୁ ଯାଇଥିଲା ବେଞ୍ଚ। ଶେଷରେ ଯାହା ବି ହେଉନା କାହିଁକି ଦେଶ ଆଧୁନିକତା ଆଡକୁ ଅଗ୍ରସର ହେଉଥିବା ବେଳେ ନିରୀହ ଗ୍ରାମବାସୀ ଏଭଳି ଅନ୍ଧ ବିଶ୍ୱାସର ଶିକାର ହେବା କେତେ ଦୂର ଯୁକ୍ତିଯୁକ୍ତ କଥା ତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୋଲିସ ଉପରୁ କାହିଁକି ଲୋକଙ୍କ ବିଶ୍ୱାସ ଉଠି ଯାଉଛି। ଏସବୁ ବିଶ୍ଳେଷଣର କରିବାର ସମୟ ଆସିଛି।

Leave A Reply

Your email address will not be published.