ଚୋରି ମୋବାଇଲ ବାଣ୍ଟିଲା କମିଶନରେଟ ପୋଲିସ, ବ୍ୟବହାରକାରୀ ଫେରିପାଇଲେ ନିଜ ଫୋନ

ଭୁବନେଶ୍ବର(କେନ୍ୟୁଜ୍): ଚୋରି ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । କମିଶନରେଟ୍ ପୋଲିସ ଉଦ୍ୟମରେ ଚୋରି ହୋଇଥିବା ୧୦୮ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରକାଶ ପାଲ୍ ମେଳାରେ ଉପସ୍ଥିତ ଥିଲେ । ପ୍ରତିଦିନ ମୋବାଇଲ ହଜିବା ନେଇ ସଂଖ୍ୟାଧିକ ଅଭିଯୋଗ ଆସୁଛି । ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମେଳା ମାଧ୍ୟମରେ ଚୋରି ହୋଇଥିବା ମୋବାଇଲ ଫେରିଛି । ସେପଟେ ମୋବାଇଲ ଫେରି ପାଇ କମିଶନରେଟ୍ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ବ୍ୟବହାରକାରୀ ।