ରାୟଗଡ଼ା: ଅଦ୍ଭୁତ, ଆଶ୍ଚର୍ଯ୍ୟ, ବିସ୍ମୟ । ପାଣିରେ ଭାସୁଛି ପଥର । ସେ ପୁଣି କିଲୋ କି ଦଉି କିଲୋର ପଥର ନୁହେଁ । ୮ରୁ ୯ କିଲୋ ପଥର ଭାସି ଆସିଛି । ମୋନ୍ତା ପ୍ରଭାବରେ ବର୍ଷା ହେବା ଦ୍ଵାରା ଗଜପତିରୁ ଆସୁଥିବା ମହେନ୍ଦ୍ର ତନୟା ନଦୀ ରେ ଭାସି ଆସିଥିଲା ଅନେକ ପଥର ଖଣ୍ଡ ।
ରାୟଗଡା ଜିଲ୍ଲା ଗୁଣପୁରର ଭିମପୁର ନିକଟ ମାଛଡିଆ ନଦୀରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ । ଏହି କଥା ବିଦ୍ୟୁତ ବେଗରେ ଖେଳିଯିବା ପରେ ପାଖାପାଖି ଅଞ୍ଚଳର ବହୁ ଲୋକ ଦେଖି ପୂଜା କରି ଯାଉଛନ୍ତି ।
ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବରଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ଇଶ୍ଵର ଶବରଙ୍କୁ ଜଣେ ଋଷି କହିଥିଲେ ଯେ ମହେନ୍ଦ୍ର ତନୟାରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ । ଶୁକ୍ରବାର ସକାଳୁ ଇଶ୍ଵର ସେଠାକୁ ଯାଇ ସେହି ପଥରକୁ ସଂଗ୍ରହ କରି ଧୋଇବା ସହ ନଦୀ ପାଣିରେ ଭସାଇଥିଲେ । ପରେ ସେହି ପଥରକୁ ଘରେ ଆଣି ରଖି ହଳଦୀ, ସିନ୍ଦୁର ଦେଇ ପୂଜା କରୁଛନ୍ତି ଲୋକେ ।
Also read:ଛତିଆ ନିକଟରେ ଦୁର୍ଘଟଣା, ପିକଅପ୍ ଧକାରେ ସାମ୍ବାଦିକଙ୍କ ମୃତ୍ୟୁ