ରାୟଗଡା: ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର, ରାସ୍ତା ହେଲା ଅବରୋଧ

ରାୟଗଡ଼ା(କେନ୍ୟୁଜ୍):  ଗୁଣୁପୁର ବ୍ଳକ ଅନ୍ତର୍ଗତ ପୁଟାସିଂ ଗ୍ରାମ ପଞ୍ଚାୟତ ରେଜିଂତାଲ ରାସ୍ତା ଅବରୋଧ । ଗତ ୨ଦିନ ଧରି ଲଗାଣ ବର୍ଷାରେ ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଜିଳ୍ଲା ପରିଷଦ ସଭ୍ୟ ଅଶ୍ୱିନ ଗମାଙ୍ଗ, ବିଡିଓ ଶାନ୍ତପ୍ରଭା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ ପହଞ୍ଚିଥିଲେ । ରାୟଗଡ଼ା ଜିଲ୍ଲା ଆର ଆଣ୍ଡ ବି ବିଭାଗ ପକ୍ଷରୁ ପଥର ହଟାଇବାକୁ ଚେଷ୍ଟା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.