ପୁରୀ –ରାଉରକେଲା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼

ରାଉରକେଲା : ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ ।  ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଟ୍ରେନ ଆଜି ଅପରାହ୍ନରେ କଲୁଙ୍ଗା ଷ୍ଟେସନ ଦେଇ ଆସୁଥିବା ବେଳେ ପଥର ମାଡ଼ ହୋଇଛି ।  କୌଣସି ଦୁର୍ବୃତ୍ତ ପଥର ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପଥର ମାଡ଼ରେ ବନ୍ଦେ ଭାରତ ଟ୍ରେନର ସି-୫ କୋଚ୍ କାଚ ଭାଙ୍ଗି ଯାଇଛି ।

କଲୁଙ୍ଗା ଷ୍ଟେସନରେ ରେଳବାଇ କର୍ମଚାରୀ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ।  ଏଥିରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ ।  ଫାଟି ଯାଇଥିବା କାଚରେ ଟେପ୍ ଲଗାଇ ବନ୍ଦେ ଭାରତ ଟ୍ରେନକୁ ରାଉରକେଲା ଷ୍ଟେସନକୁ ଅଣାଯାଇଥିବା ରାଉରକେଲା ରେଳବାଇ ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।

ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ। ତେବେ କିଏ କାହିଁକି ଏହି ପଥର ମାଡ଼ କରିଛି ତା ତଦନ୍ତ ପରେ ଜଣା ପଡ଼ିବ ।   ଏହି ପଥରମାଡ ଘଟଣାରେ କେହି ଯାତ୍ରୀ ଆହତ ହୋଇ ନଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି ।

Also read: ବନ୍ଦେ ଭାରତ ପରେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ, ଜାଣନ୍ତୁ କେଉଁ ରୁଟରେ ଚାଲିବ