ଆସନ୍ତା ସପ୍ତାହରେ ବାତ୍ୟା ‘ଜଓ୍ଵାଦ୍‌’: ବଙ୍ଗୋପସାଗରରେ ଲଘୁଚାପ ସହ ମିଶିବ ‘ଲାୟନରକ୍‌’ର ଅବଶିଷ୍ଟାଂଶ, GFS ମଡେଲ କହୁଛି ଗଜପତି ଓ ରାୟଗଡ଼ା ଦେଇ ଯିବ ବାତ୍ୟା

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ନା ଶୁଣିଲେ ଛନକା ପଶିଯାଏ ଛାତିରେ। ତେବେ ଚଳିତ ବର୍ଷ ପଛକୁ ପଛ ଲଘୁଚାପ ଆସୁଥିବା ସହ ଏହା ଘନୀଭୂତ ହୋଇ ବତ୍ଯା ସୃଷ୍ଟି କରୁଛି ।  ତେବେ ପୁଣି  ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ସୂଚନା ମୁତାବକ, ଆସନ୍ତାକାଲି ଅର୍ଥାତ୍ ୧୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଧୀରେ ଧୀରେ ଏହା ଘନୀଭୂତ ହେବ । ବାତ୍ୟାରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ଲାୟନରକ୍‌। ଲାୟନରକ୍‌ର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହା ଲଘୁଚାପ ସହ ମିଶିବା ସମ୍ଭାବନା ।

ଲଘୁଚାପ ସହ ମିଶି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି କରିବ । ଯଦି ବାତ୍ୟା ସୃଷ୍ଟି ହୁଏ ଏହାର ନାଁ ରହିବ ‘ଜୱାଦ’ । ଅକ୍ଟୋବର ୧୭ରେ ‘ଜଓ୍ଵାଦ୍‌’ ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ଥିବା କହିଛି ସ୍କାଏମେଟ୍‌ । କିନ୍ତୁ GFS ମଡେଲ କହୁଛି ଓଡ଼ିଶାର ଗଜପତି ଓ ରାୟଗଡ଼ା ଦେଇ ବାତ୍ୟା ଯିବ । ଭାରତୀୟ ପାଣିପାଗ ସଂସ୍ଥା କିନ୍ତୁ କୌଣସି ବାତ୍ୟାର ପୂର୍ବାନୁମାନ କରି ନାହିଁ।

ଆଇଏମ୍‌ଡି ମୁତାବକ ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଲ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସହ ସୃଷ୍ଟି ହେବାର ପରବର୍ତ୍ତୀ ୪ରୁ ୫ ଦିନ ଯାଏଁ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.