ରୋଜାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭରେ ଦିଓ୍ଵାନା ହେଉଛନ୍ତି ଲୋକେ

କଟକ (କେନ୍ୟୁଜ) : ରୋଜା, ଏବେ ସବୁଠି ଚର୍ଚ୍ଚାରେ ରୋଜା। ନିଜ ଟ୍ୟାଲେଣ୍ଟ ଯୋଗୁଁ ଆଜି ସମସ୍ତଙ୍କ ମୁହଁରେ ରହିଛି ରୋଜାଙ୍କ ନାମ। ଜାତୀୟ ମଞ୍ଚରେ ଓଡିଶାର ନାମ ରଖୁଛନ୍ତି ରୋଜା। ତାଙ୍କ ଡ୍ୟାନ୍ସ ଦେଖିଲେ ଆପଣଙ୍କ ଆଖି ବି ଏକଦମ୍‌ ଖୋଲା ହିଁ ଖୋଲା ରହଯିବ। ଏବେ ଜାତୀୟ ସ୍ତରରେ ଚର୍ଚ୍ଚିତ ନାମ ହେଉଛି ରୋଜା। ଷ୍ଟେଜ ଉପରେ ଜବରଦସ୍ତ ଡ୍ୟାନ୍ସ ମୁଭ୍‌ ଦେଉଥିବା ଇଏ ହେଉଛନ୍ତି ରୋଜା ରାଣା। ପିଲାଟି ବେଳୁ ନୃତ୍ୟ ପ୍ରତି ଭାରି ଆଗ୍ରହ ରହି ଆସିଛି ରୋଜ଼ା ରାଣା ଙ୍କର। ବାପା ନିଜ ଝିଅ ର ପ୍ରତିଭା ଦେଖିବା ପରେ ଅଧିକ ପ୍ରୋତ୍ସାହନ ଦେଇଆସିଛନ୍ତି ରୋଜାଙ୍କୁ। ମାତ୍ର ୮ ବର୍ଷ ବୟସରୁ ବିଭିନ୍ନ ରିୟାଲିଟି ଶୋରେ ଭାଗ ନେବା ଆରମ୍ଭ କରିଦେଇଥିଲେ ରୋଜ଼ା। ବୁଗି ବୁଗି ଶୋରେ ଭାଗ ନେଇ ବିଜେତା ହୋଇଥିଲେ। ସେବେ ଠାରୁ ରୋଜାଙ୍କ ପାଦ ଆଉ ପଛକୁ ପଡିନି।

ଯେକୌଣସି ଶୋରେ ରୋଜା ଭାଗ ନେଲେ ରୋଜାଙ୍କ ବାପା ଅଶୋକ ରାଣା ଓ ମାଆ ଶିବାନି ରାଣା ସବୁବେଳେ ସାଙ୍ଗରେ ଯାଇ ଚିୟର ଅପ ଓ ଗାଇଡ଼ କରିଥାନ୍ତି। ବାପା ଅଶୋକ ରାଣା ବହୁତ ଭଲ ପାଆନ୍ତି ଓ ଗେଲ୍ହା କରନ୍ତି ରୋଜାଙ୍କୁ। କିନ୍ତୁ ହଠାତ ବାପାଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ ରୋଜା। ରୋଜାଙ୍କ ମାଆ ଶିବାନି କିନ୍ତୁ ଭାଙ୍ଗି ନପଡି ରୋଜାଙ୍କ ମନବଳକୁ ଦୃଢ଼ କରିଥିଲେ ଆଉ କହିଥିଲେ ବାପାଙ୍କ ସ୍ୱପ୍ନ ଯାହା ଅଛି ତାକୁ ନିଶ୍ଚୟ ପୂରଣ କରିବାକୁ। ଆଉ ତା ପର ଠାରୁ ନୂଆ ଜୀବନ ଆରମ୍ଭ କରିଛନ୍ତି ରୋଜା।

ଦିନକୁ ଅକ୍ଲାନ୍ତ ପରିଶ୍ରମ କରନ୍ତି ରୋଜା ଆଉ ନିଜେ ବିଭିନ୍ନ ଷ୍ଟାଇଲରେ କୋରିଓଗ୍ରାଫି କରି ନୃତ୍ୟ ଅଭ୍ୟାସ କରନ୍ତି। BOOGIE WOOGIE, DID DOUBLES, CRAZY KIYA RE, DANCE PREMIRE LEAGUE। ସେହିପରି ବଲିଉଡ ଜଗତ ରେ ଡ୍ୟାନ୍ସ କୋରିଓଗ୍ରାଫି କରିବା ସହ ହିନ୍ଦୀ ରିୟାଲିଟି ଶୋରେ ଆସିଷ୍ଟାଣ୍ଟ କୋରିଓଗ୍ରାଫି ଭାବରେ କାମ କରିଛନ୍ତି ଯେମିତି କି ଝଲକ ଦିଖଲାଯା, ନଚ ବଲିୟେ,I CAN DO THAT,DID LITTLE MASTERS,DANCE DEEWANE,SUPER DANCE ଏହିପରି ବିଭିନ୍ନ ଶୋ ରେ ନିଜ କଳା ଦେଖାଇଛନ୍ତି ରୋଜା।

ଏହା ସହ ରୋଜା ନିଜ ରାଉଲକେଲାରେ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ଆଉ ଅନୁଷ୍ଠାନ ନାଁ ଦେଇଛନ୍ତି ନୃତ୍ୟଶକ୍ତି ଯାହା ରୋଜା ଡ୍ୟାନ୍ସ ଆକାଡେମୀ ନାଁରେ ପରିଚିତ ରାଉଲକେଲାରେ। ଆଉ ଶେଷରେ INDIA’S BEST DANCER SEASON-2 ରେ ଭାଗ ନେଇଥିଲେ ଆଉ ନିଜ କଠିନ ପରିଶ୍ରମ ବଳରେ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି ଆଉ ଓଡିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି। ରୋଜ଼ା କହିଛନ୍ତି ସେ ରାଜ୍ୟ ଓ ଦେଶର ନାଁ ବହୁତ ଆଗକୁ ନେବା ପାଇଁ ନିଶ୍ଚୟ ଭାବେ ଏମିତି ଉଦ୍ୟମ ଜାରି ରଖିବେ।

You might also like