ବାଲିଝରୀର ଏହି ସ୍ଥାନରେ ଠିଆ ହୋଇ ଦେଖିଲେ ଦିଶନ୍ତି କଣ୍ଟିଲୋ ନୀଳ ମାଧବ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନରସିଂହୁପୁର : କୁହାଯାଏ ଯେ ଏଠି ଛିଡା ହେଲେ କୁଆଡେ କଣ୍ଟିଲୋ ନୀଳ ମାଧବ ଦେଖାଯାନ୍ତି । ଏଇଠୁ ଛିଡା ହୋଇ ରାଜା ବି ଦେଖିପାରନ୍ତି କଣ୍ଟିଲୋ ନୀଳମାଧବ ମନ୍ଦିର । ଆମ କଥା ଶୁଣି ଆପଣ ଏବେ ବୁଝି ସାରିଥିବେ ଆମେ କେଉଁ ସ୍ଥାନ ବିଷୟରେ କଥା ହେଉଛୁ । ହଁ ଆମେ କହୁଛୁ କଟକ ନରସିଂହପୁରର ବାଲିଝରୀରେ ଥିବା ଅଳକା ଭବନ କଥା । କଟକ ଜିଲ୍ଲା ନରସିଂହପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ବାଲିଝରୀ ଗ୍ରାମ । ଗଡ଼ଜାତ ଶାସନ ସମୟରୁ ଏଠି ଏକ ଡାକ ବଙ୍ଗଳା ଅବସ୍ଥିତ କାଳ କ୍ରମେ ଗଣତନ୍ତ୍ର ଶାସନ ଆସିବା ପରେ ମଧ୍ୟ ଏହା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଅଛି । ଯଦିଓ ଦେଖିବା ନରସିଂହପୁର ବ୍ଲକ ରେ ପୁରାତନ ତିନୋଟି ଡାକ ବଙ୍ଗଳା ଅଛି ଯଥା, ନରସିଂହପୁର ଇନ୍ଦ୍ରଭୁବନ ପଦାମାଳ ଠାରେ ବସନ୍ତ ଭବନ ଏବଂ ବାଲିଝରୀରେ ଅଳକା ଭବନ ଅନ୍ୟତମ ।
ଏହାର ଚତୁଃପାର୍ଶ୍ଵ ସବୁଜ ବୃକ୍ଷରେ ପରିପୂର୍ଣ୍ଣ ଥିଲା । ଯାହା ଅତି ମନୋରମ ଲାଗୁଥିଲା । ଏଠି ଅନେକ ଦାମୀ ବୃକ୍ଷ ମଧ୍ୟ ଥିଲା । କାଳକ୍ରମେ ଏହା ଚୋରି ହେଇଗଲାଣି । ଏହି ବଙ୍ଗଳାରେ ସ୍ଥିତି ପରଖିଲେ ଏହା ଅତ୍ୟନ୍ତ ସୁନ୍ଦର ଭାବେ ଗଢା ଯାଇଥିଲା । ଏଠି ସ୍ବତଃ ଶୀତ ତାପ ନିୟନ୍ତ୍ରଣ କକ୍ଷ ଥିଲା । ଯାହା ଆଜିକା ସମୟରେ ଏସି ବ୍ୟବହାର କରି ଆମେ ପାଉଛେ । କିନ୍ତୁ ସେତେବେଳର ନିର୍ମାଣ ଏମିତି ହୋଇଥିଲା ଯାହା ବିସ୍ମିତ କରେ । କିନ୍ତୁ ଭାଗ୍ୟର ବିଡମ୍ବନା ଏହା ଆଜି ଜରାଜୀର୍ଣ୍ଣ । ଖାଲି ସେତିକି ନୁହେଁ ଏଠି ମଧ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଏଠାରେ ରାତ୍ରୀଯାପନ କରିଛନ୍ତି । ତତ୍କାଳୀନ ଅନେକ ମନ୍ତ୍ରୀ ଏବଂ ସାଂସଦ ,ବିଧାୟକ ଅନେକ ମନ୍ତ୍ରୀ,ବିଭିନ୍ନ ବିଭାଗ ର ଅଧିକାରୀ ଏଠାରେ ବିଶ୍ରାମ କରିଛନ୍ତି । ହେଲେ ଏବେ ଏହା ନିଶାଡ଼ିଆଙ୍କ ଆଡା ସ୍ଥଳୀ ପାଲଟିଛି । ଖାଲି ସେତିକି ନୁହେଁ ଏଠାକାର ସ୍ଥାନୀୟ ଅଧିବାସୀ ଏବଂ କିଛି ମୁଷ୍ଟି ବହୁଳ ଲୋକେ କିଛି ସ୍ଥାନ କବଜା କରିଛନ୍ତି ଏହାର ଚତଃପାଶ୍ୱର୍ରେ ଥିବା ସୀମାର ସ୍ଥାନକୁ । କିନ୍ତୁ ଯାହାର ମାଲିକାନା ଭାବେ ଏହାର ରେକର୍ଡ ପୂର୍ତ୍ତ ବିଭାଗ ନାମରେ ରହିଛି । ତେଣୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବି ପୂର୍ତ୍ତ ବିଭାଗ ନିଦ ଭାଙ୍ଗୁନି ।
୧୯୫୦ ମସିହାରେ ଏଠାରେ ପ୍ରଥମ କରି ଏକ ଲ୍ୟାଣ୍ଡ ଫୋନ ଲାଗିଥିଲା ଯାହାକୁ ଶାଳ ଗଛ ଖୁଣ୍ଟ ସାହାଯ୍ୟରେ ପୋତାଯାଇ ତାର ଅଣାଯାଇଥିଲା । ତେବେ ଏଭଳି ପ୍ରାକୃତିକ ମନୋହର ଯୋଗାଉଥିବା ପୁରୁଣା ପାରମ୍ପରାକୁ ପୁଣି ଉଧାର କରାଯିବାକୁ ଦାବିହେଉଛି । ଏହାର ସମାଧାନ ପାଇଁ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ସାକ୍ଷାତ କରିବା ପରେ ସେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି ଓ ତୁରନ୍ତ ଏହାର ପୁନରୁଦ୍ଧାର କରାଯିବାର ପ୍ରତିଶୃତି ମିଳିଛି ବୋଲି କହିଛନ୍ତି ଓ ପରେ BDO ସହ ଯୋଗାଯୋଗ ପରେ ସେ ନିଜେ ଆସି ଅନୁଧ୍ୟାନ ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ଏହାର ପୁନଃ ଉଦ୍ଧାର ଓ କେବେ ହଟୁଛି ଜବର ଦାଖଲ ଏବଂ କେବେ ଫେରିବ ଏହାର ଐତିହ୍ୟ ।