ରାଜଧାନୀରେ ଉଦଘାଟିତ ହେଲା ସଫ୍ଟେଓ୍ଵର ପାର୍କ ଅଫ ଇଣ୍ଡିଆ

ଭୁବନେଶ୍ୱର : ଗୋଠପାଟଣାଠାରେ ଉଦଘାଟିତ ହୋଇଛି ସଫ୍ଟେଓ୍ଵର ପାର୍କ ଅଫ ଇଣ୍ଡିଆ। କେନ୍ଦ୍ର ଆଇଟି ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।ଏହି ସଫ୍ଟେଓ୍ଵର ପାର୍କ ପାଇଁ ୩ ଏକର ଜମି ସହ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ରାଜ୍ୟର ୩ଟି ସ୍ଥାନରେ ସଫ୍ଟେଓ୍ଵର ପାର୍କ ଅଛି । ଆଇଟି କ୍ଷେତ୍ରରେ ଉନ୍ନତି ପାଇଁ ଆଗକୁ ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଓ ସମ୍ବଲପୁରରେ ସଫ୍ଟେଓ୍ଵର ପାର୍କ ଖୋଲାଯିବ ବୋଲି ଏସଟିପିଆଇ ନିର୍ଦ୍ଦେଶକ ଓଁକାର ରାୟ ସୂଚନା ଦେଇଛନ୍ତି । କାର୍ୟ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସମେତ ଏସ୍ଟିପିଆଇର କର୍ମଚାରୀ ଉପସ୍ଥିତ ଥିଲେ ।