ଉଦ୍ଧାର ହେଲା ଭାସିଯାଇଥିବା ଶ୍ରୀକ୍ଷେତ୍ର ବୋଟ, ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦ୍ଵୀପ : ଉଦ୍ଧାର ହେଲା ଭାସିଯାଇଥିବା ଶ୍ରୀକ୍ଷେତ୍ର ବୋଟ ।  ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା । ଢେଉ ମାଡରେ କେନ୍ଦ୍ରାପଡା ରାଜନଗର ନିକଟ ବାଲି ଟିକରାରେ ଲାଗିଲା ବୋଟ । କୋଷ୍ଟଗାର୍ଡ ସହାୟତାରେ ୮ ଜଣ ମତ୍ସ୍ୟଜୀବୀଙ୍କୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଆଜି ସମୁଦ୍ର କୁ ମାଛ ଧରିବା ପାଇଁ ଯାଇଥିବା ଶ୍ରୀକ୍ଷେତ୍ର ନାମକ ବୋଟ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇଯାଇଥିଲା ।

ଉକ୍ତ ବୋଟକୁ ଅନ୍ୟ ଏକ ବୋଟ ସହାୟତାରେ କୂଳକୁ ଆଣୁଥିବା ବେଳେ ମହାନଦୀ ମୁହାଣ ନିକଟରେ ଦୌଡି ଛିଡି ଯାଇଥିଲା । ଫଳରେ ବୋଟଟି ଦିଶାହୀନ ଭାବେ ସମୁଦ୍ର ଭିତରକୁ ଭାସି ଯାଇଥିଲା । ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦ୍ଦେଶ ରେ ମତ୍ସ୍ଯ ବିଭାଗ , ଏଆରଡି ଓ କୋଷ୍ଟଗାର୍ଡ କୁ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପାରାଦ୍ଵୀପ ଅତିରିକ୍ତ ଜିଲ୍ଲପାଳଙ୍କୁ ସମସ୍ତ ବିଭାଗ ମଧ୍ଯରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୋଟ ଟି ସମୁଦ୍ର ଢେଉ ମାଡରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବାଲି ଟକରାରେ ଲାଖି ଯାଇଥିଲା । ଫଳରେ ସମସ୍ତ ମତ୍ସ୍ୟଜୀବୀ ବୋଟରୁ ଡେଇଁ କୂଳକୁ ଆସିଛନ୍ତି । ସେମାନଙ୍କୁ ସୁରକ୍ଷିତ ପାରାଦ୍ଵୀପ ଆଣିବା ପାଇଁ କୋଷ୍ଟଗାର୍ଡ ର ଏକ ବୋଟ ଘଟଣାସ୍ଥଳକୁ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.