ନଳକୂପ ଖୋଳା କାମ ଚାଲିଥିବା ବେଳେ ହଠାତ୍ ଘୁ ଘୁ ଗର୍ଜନରେ ଥରି ଉଠିଲା ମାଟି, ଭୟଭୀତ ହୋଇ ଦୌଡ଼ିଲେ ମହାକାଳପଡା ମଳାଢି ଗାଁ ବାସିନ୍ଦା

ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ୍ ବାରଡାଙ୍ଗ ପଞ୍ଚାୟତର ମଳାଢି ଗ୍ରାମରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗ୍ରାମର ଶ୍ଯାମ ସୁନ୍ଦର ଭୋଳଙ୍କ ବାଡିରେ ୨୭ଦିନ ହେବ ଏକ ଟ୍ଯୁୱେଲ୍ ଖୋଳା କାମ ଚାଲିଥିଲା । ପାଖାପାଖି ୫୦ ପାଇପ୍ ଗଲାପରେ କାମ ଶେଷ ପର୍ଯ୍ଯାୟରେ ପହଁଚିଥିଲା । ୧୦୦୦ ଫୁଟ୍ ଖୋଳା ହେବାପରେ ପାଇପ କଢାଯାଇ ନୂତନ ପାଇପ୍ ସଂଯୋଗ ସମୟରେ ହଠାତ୍ ବିସ୍ଫାରଣ ହେବା ସହିତ ମାଟି ଏବଂ ପାଣି ୫୦ ଫୁଟ୍ ରୁ ୬୦ଫୁଟ୍ ଉପରକୁ ଉଠିଥିଲା । ଏହାକୁ ଦେଖି ସେଠାରେ କାର୍ଯ୍ଯରତ କର୍ମଚାରୀମାନେ ଭୟରେ ଦୌଡିବାକୁ ଲାଗିଥିଲେ । କିଛି ସମୟ ପାଇଁ ଟ୍ଯୁୱେଲ୍ ଖୋଳା ଯାଉଥିବା ଅଞ୍ଚଳ ଭୂକମ୍ପ ପରି ଥରିବାକୁ ଲାଗିଥିଲା । ଭୟରେ ଉକ୍ତ ଅଞ୍ଚଳବାସୀ ଘରୁ ବାହାରକୁ ପଳାଇ ଆସିଥିଲେ ।

diggingଏହି ଖବର ଶୁଣିବା ପରେ ଆଖପାଖ ଅଞ୍ଚଳର ଲୋକମାନଙ୍କର ଘଟଣାସ୍ଥଳରେ ଭିଡ ଜମିଥିଲା । ଏପରି ପ୍ରକ୍ରିୟା ପ୍ରାୟ ୪୦ ମିନିଟ୍ ଧରି ଚାଲିବା ପରେ ଥମିଥିଲା । ଏପରି ହେବାପରେ ଉକ୍ତ ସ୍ଥାନରେ ପ୍ରାୟ ୫୦ଫୁଟ୍ ଚଉଡା ଏବଂ ୩୦୦ ମିଟର ଗଭୀର ଗାତ ସୃଷ୍ଟି ହୋଇଯାଇଥିବା ଜଣାପଡିଛି । ସୂଚନା ଥାଉକି ଗତବର୍ଷ ଏହି ବାରଡାଙ୍ଗ ପଂଚାୟତରେ ସୁବଳା ଗ୍ରାମରେ ଏକ ନଳକୂପ ନିର୍ମାଣ ସମୟରେ ହଠାତ୍ ଗ୍ଯାସ୍ ବହାରିଥିଲା । ବାରମ୍ବାର ଏପରି ଘଟଣା ଫଳରେ ଭୟବିତ ଅବସ୍ଥାରେ ଗ୍ରମାବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.