ରାଜ୍ୟ

ଛାଡି ଚାଲିଗଲା ପେଟ ଚିହ୍ନୁଥିବା ମଣିଷଟିଏ, ଦୁଃଖରେ କାନ୍ଦୁଛି ଛୋଟୁ

ଭୁବନେଶ୍ବର(କେନ୍ୟୁଜ୍): ମଣିଷ ସିନା ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ, କିନ୍ତୁ ପଶୁ ପକ୍ଷୀମାନଙ୍କୁ ଟିକିଏ ସ୍ନେହ ଦେଲେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଆମକୁ ଭଲ ପାଉଥିବେ । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହିଦନଗର ସ୍ଥିତ ଭବାନୀ ମଲ୍ ସାମ୍ନାରେ ଖାଇବା ଷ୍ଟଲ ପକେଇ ପରିବାର ଚଳଉଥିବା ଜଣେ ମାଉସୀଙ୍କ ଠାରେ,ନାଁ ତାଙ୍କର ସୁଲୋଚନା ମହାନ୍ତି(୫୬ବର୍ଷ) । ପରିବାର କହିଲେ ତାଙ୍କର ଏକ ମାତ୍ର ଝିଅ, ଯାହାଙ୍କ ସହ ସେ ଭୁବନେଶ୍ୱର ସତ୍ୟକାଳୀ ବିଜୁ ଆଦର୍ଶ କଲୋନୀରେ ରହୁଥିଲେ । ଯେବେ, ସୁଲୋଚନାଙ୍କର ଷ୍ଟଲରେ ବଳକା ଖାଦ୍ୟ ବଳି ପଡ଼ୁଥିଲା, ସେ ସବୁବେଳେ ତାଙ୍କ ପାଖରେ ଜଗି ରହୁଥିବା ଗୋଟିଏ କୁକୁରକୁ ଦେଉଥିଲେ ।

ସ୍ନେହରେ ନାଁ ଦେଇଥିଲେ ତା’ର ଛୋଟୁ । ସେଥିରୁ ହିଁ ଗଢି ଉଠିଥିଲା ଚିକେନ ମାଉସୀ ଆଉ ଛୋଟୁର ସମ୍ପର୍କ, ଗତ କିଛିଦିନ ତଳେ ସୁଲୋଚନା ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏଭଳି ଭୟଙ୍କର ରୋଗରେ ପୀଡ଼ିତ ହୋଇ ଜୀବନ ମୃତ୍ୟୁ ବାଜିରେ ହାରିଯାଇଥିଲେ ସୁଲୋଚନା । ଗତ କାଲି ରାତିରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ଛୋଟୁକୁ ମା’ ପରି ଭଲ ପାଉଥିବା ସେହି ମାଉସୀ ଯେ ତାକୁ ସବୁଦିନ ପାଇଁ ଛାଡ଼ି ଚିର ନିଦ୍ରାରେ ଶୋଇଯିବ ସେ କଥା ଛୋଟୁ ବୁଝି ପାରି ନଥିଲା । ମଣିଷ ପରି ବଳବାନ ଥିଲେ ସିନା ପୁଅ ପରି ସୁଲୋଚନାଙ୍କ କୋକେଇରେ କାନ୍ଧ ଲଗେଇ ଥା’ନ୍ତା । ବୋଧ ହୁଏ ତା’ ଦୁଃଖ ସ୍ଥାନୀୟ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିଥିଲା ।

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ଯୁବ ସମାଜସେବୀ ଦୀପକ ଛୋଟରାୟ ଘଟଣା ସମ୍ପର୍କରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସୁଲୋଚନାଙ୍କର ମୃତଶରୀରକୁ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ । ସତ୍ୟନଗର ଶ୍ମଶାନକୁ ନେଇ ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ରୁଦ୍ର ସାମନ୍ତରାୟଙ୍କ ସମେତ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସ, ସ୍ଵେଚ୍ଛାସେବୀ ଅନସୂୟା ମ୍ୟାଡ଼ମ ଏବଂ ଧିରେନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲେ ଏବଂ ସୁଲୋଚନାଙ୍କୁ ଅତି ଭଲ ପାଉଥିବା ଛୋଟୁ ମଧ୍ୟ ଉପସ୍ଥିତ ରହି ମନରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଉଥିଲା । ଶେଷ ମୁହୂର୍ତ୍ତରେ ସୁଲୋଚନାଙ୍କୁ ଜଗି ରହିଥିବା ଛୋଟୁର ଭାବାବେଗ ଦେଖଣାହାରୀଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

Sasmita

Recent Posts

ଭାରତ ବ୍ୟତୀତ ଏହିସବୁ ଦେଶର ମହିଳାମାନେ ବି ପିନ୍ଧନ୍ତି ଶାଢ଼ୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଶାଢ଼ୀ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତ୍ର । ଭାରତର ପ୍ରାୟ ଅଧିକାଂଶ ମହିଳା ଶାଢ଼ୀ ପିନ୍ଧନ୍ତି । ଭାରତ…

52 seconds ago

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ…

6 mins ago

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

12 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

46 mins ago

ଚତୁର୍ଥ ଥର ପରିବର୍ତ୍ତନ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କେବେ

ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍‌…

48 mins ago

ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…

56 mins ago