ରାଇକିଆରେ ଦୋକାନ ବଜାର ଉଚ୍ଛେଦକୁ ବିରୋଧ, ରୋକା ନ ଗଲେ ରାଜରାସ୍ତାକୁ ଅହ୍ଲାଇବେ ବସଷ୍ଟାଣ୍ଡ ବ୍ୟବସାୟୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆରେ ବସଷ୍ଟାଣ୍ଡ ଦୋକାନ ବଜାର ଉଚ୍ଛେଦ କୁ ବିରୋଧ କରାଯାଇଛି । ଏନେଇ ରାଇକିଆ ବସଷ୍ଟାଣ୍ଡ ରେ ଥିବା ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ବ୍ୟବସାୟୀମାନେ ସକାଳୁ ଠାକୁରାଣି ମନ୍ଦିର ପରିସରରେ ଏକ ବୈଠକରେ ଯୋଗ ଦେଇଥିଲେ । ଏହାପରେ ସମସ୍ତ ବ୍ୟବସାୟୀ ମାନେ ଠାକୁରାଣୀ ମନ୍ଦିର ଠାରୁ ଏକ ନିରବ ପଦଯାତ୍ରାରେ ବ୍ଳକ କୁ ଯାଇଥିଲେ । ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଜଳ ମଣ୍ଡଳଙ୍କୁ ଅଭିଯୋଗ ଜଣାଇଥିଲେ ଯେ ଯଦି ବସଷ୍ଟାଣ୍ଡ ରୁ ଦୋକାନ ବଜାର ଉଛେଦ କରାଯାଉଛି ତେବେ ୨ଶହ ପରିବାରର ୨ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କର ଜୀବନ ଜୀବିକା ହରାଉଛନ୍ତି ।
ଏହା ଉପରେ ଗୁରୁତ୍ବର ସହ ବିଚାର କରିବା ପାଇଁ ଅଭି ଯୋଗ କରିଥିଲେ । ଯଦି ବସଷ୍ଟାଣ୍ଡ ଦୋକାନ ବଜାର ଉଛେଦକୁ ରୋକା ନ ଗଲା ତାହାଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ବସଷ୍ଟାଣ୍ଡ ବ୍ୟବସାୟୀ ମାନେ । ଯଦି ବସଷ୍ଟାଣ୍ଡ ଦୋକାନ ବଜାର ଉଛେଦ କୁ ରୋକା ନ ଗଲା ତାହାଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ବସଷ୍ଟାଣ୍ଡ ବ୍ୟବସାୟୀ ।