ମାଟ୍ରିକ୍‌ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲ ଗୁଡ଼ିକ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍): ମାଟ୍ରିକ୍‌ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲ ଗୁଡ଼ିକ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ଶୂନ ଓ ୫୦ପ୍ରତିଶତରୁ କମ୍‌ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦରମା ବୃଦ୍ଧି ବନ୍ଦ ହେବ । ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବା ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୫୦ପ୍ରତିଶତରୁ କମ୍‌ ପାସ ହାର ଥିବା ହାଇସ୍କୁଲ ଗୁଡିକର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.