ଭୁବନେଶ୍ୱେର : ରାତିରେ ମଦ ପିଇ ଗାଡ଼ି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ସେଫ୍ଟି ସିଟି ଡ୍ରାଇଭକୁ କଡ଼ାକଡ଼ି କରିଛି କମିସନରେଟ ପୋଲିସ । ଭୁବନେଶ୍ବରର ପ୍ରମୁଖ ଛକ ଗୁଡ଼ିକରେ ବ୍ଲକିଂ ଚେକିଂ ଜୋର୍ ଦାର କରିଛି କମିଶନରେଟ୍ ପୋଲିସ। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରୁଛି ପୋଲିସ୍ । ମଦ ନିଶାରେ ଗାଡି ଚଲାଇବା ପାଇଁ ମୋଟା ଅଙ୍କର ଜରିମାନା ଭରିବା ସହ ଗାଡିକୁ ଜବତ କରୁଛି ପୋଲିସ। ବିଶେଷ କରି ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାରରେ ସହର ବିଭିନ୍ନ ଛକରେ ବ୍ଲକିଂ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଉଛି।
ଖୋଦ୍ ସିପି ଓ ଡିସିପି ରାତିରେ ବ୍ଲକିଂ ଚେକିଂ ସ୍ଥିତି ଯାଞ୍ଚ କରୁଛନ୍ତି । ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ସବୁଠି ଜଗି ରହିଛି ପୋଲିସ। ରାଜଧାନୀର ପ୍ରମୁଖ ଛକ କଳ୍ପନା ଛକ, ଏଜି ଛକ, ମାଷ୍ଟର କ୍ୟାଣ୍ଟିନ ଆଦି ଛକଗୁଡ଼ିକରେ ରାତି ୧୧ଟାରୁ ଭୋର ୪ଟା ଯାଏଁ ଚାଲୁଛି ଚେକିଂ।