ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ, ମଝିରେ ଆଉ ମାତ୍ର ୩ ଦିନ

ଭୁବନେଶ୍ବର(କେନ୍ୟୁଜ୍): ସରି ସରି ଆସୁଛି ଡେଡ୍‌ଲାଇନ୍‌। ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ମଝିରେ ଆଉ ମାତ୍ର ୩ ଦିନ । ଯୋରଦାର ହେବ ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଆଦାୟ କରାଯିବ ଜରିମାନା । ଗାଡି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି ଆରଟିଓ ଅଫିସରେ ଲୋକଙ୍କ ଭିଡ଼ ଜମିଛି। ଭୁବନେଶ୍ୱର RTO-୧ ଅଫିସରେ ପ୍ରବଳ ଭିଡ଼ ଲାଗିଛି। ଘଣ୍ଟା ଘଣ୍ଟା ଲାଇନ୍‌ରେ ଅପେକ୍ଷା କରୁଛନ୍ତି ଲୋକେ । ସେପଟେ ଠେଲାପେଲାରେ ଜଣେ ଯୁବକ ଆହତ ହୋଇଛନ୍ତି। ପଲ୍ୟୁସନ୍ ସେଣ୍ଟରରେ ମଧ୍ୟ ପ୍ରବଳ ଗହଳି ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.